Breaking Newsଦେଶ-ବିଦେଶ

ରିୟାଙ୍କ ବିରୁଦ୍ଧରେ ବିହାର ପୋଲିସର ଅଭିଯୋଗ, ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଫସିଥିବା ରିୟା ଚକ୍ରବର୍ତ୍ତୀ ପାଇଁ ଅଡ଼ୁଆ ବଢୁଛି। ବଢ଼ିଯାଇଛି। ଆଜି ରିୟାଙ୍କ ବିରୁଦ୍ଧରେ ବିହାର ପୋଲିସ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିବା ଜଣାପଡିଛି।

ଶୁକ୍ରବାର ବିହାର ପୋଲିସ ଅଧୀକ୍ଷକ ସୁପ୍ରିମକୋର୍ଟ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଲୋକ ସୁଶାନ୍ତଙ୍କ ସହିତ ଷଡ଼ଯନ୍ତ୍ରମୂଳକ ସମ୍ପର୍କ ରଖିଥିଲେ। ସୁଶାନ୍ତଙ୍କଠାରୁ କୋଟି କୋଟି ଟଙ୍କା ହାତେଇବା ପରେ ତାଙ୍କୁ ମାନସିକ ରୋଗୀ ଭାବେ ଚିତ୍ରଣ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କେବଳ ସେତିକି ନୁହେଁ ରିୟା ସୁଶାନ୍ତଙ୍କୁ ନିଜ ଘରକୁ ନେଇ ଔଷଧର ଓଭରଡୋଜ୍ ଦେଉଥିଲେ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button