ରିୟାଙ୍କ ବ୍ୟାଙ୍କ ବାଲାନ୍ସ ଓ ମୁମ୍ବାଇରେ କିଣିଥିବା ସମ୍ପତ୍ତିର ଖୋଳତାଡ କରୁଛି ଇଡି

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଛନ୍ତି ବାନ୍ଧବୀ ରିୟା ଚକ୍ରବର୍ତ୍ତୀ। ତାଙ୍କର ବ୍ୟାଙ୍କ ବାଲାନ୍ସ ଓ ମୁମ୍ବାଇରେ କିଣିଥିବା ସମ୍ପତ୍ତିର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ରିୟା କେତେ ଟଙ୍କା କେଉଁଠି ଖର୍ଚ୍ଚ କରିଛନ୍ତି। ସୁଶାନ୍ତଙ୍କର କେତେ ଟଙ୍କା ଲାଗିଛି ତାହାର ଚାଲିଛି ଅନୁସନ୍ଧାନ। କିନ୍ତୁ କିଛି ବର୍ଷ ମଧ୍ୟରେ ରିୟାଙ୍କ ଆୟ ୧୦ ରୁ ୧୪ଲକ୍ଷକୁ ବୃଦ୍ଧି ପାଇଥିବା ଜଣାପଡିଛି।

କେବଳ ସେତିକି ନୁହେଁ ଇଡିକୁ ସୂଚନା ମିଳିଛି ରିୟା ଚକ୍ରବର୍ତ୍ତୀ ବହୁତ କମ ରୋଜଗାର ସତ୍ତ୍ୱେ ମୁମ୍ବାଇରେ ଦୁଇଟି ସମ୍ପତ୍ତି କିଣିଛନ୍ତି। ଗୋଟିଏ ରିୟାଙ୍କ ନାମରେ ଥିବାବେଳେ ଅନ୍ୟଟି ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି। ଏହି ସମ୍ପତ୍ତି ପାଇଁ କିଏ ଟଙ୍କା ଦେଇଛି ତାହା ଜଣା ପଡିନାହିଁ। ଏହାର ଯାଞ୍ଚ ପାଇଁ ଇଡି ରିୟାଙ୍କୁ କାଗଜପତ୍ର ମାଗିଛି। ଏହା ମିଳିବା ପରେ ସମ୍ପତ୍ତି କିଣିବା ପାଇଁ ସୁଶାନ୍ତ ଟଙ୍କା ଦେଇ ଥିଲେ କି ନାହିଁ ତାହା ଜଣାପଡିବ। ଏହା ପୂର୍ବରୁ ରିୟାଙ୍କ ଆକାଉଣ୍ଟକୁ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ପଠାଯାଇନଥିବା କହିଥିଲେ ସୁଶାନ୍ତଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ। କିନ୍ତୁ ଇଡି ଏହାକୁ ବିଶ୍ଵାସ ନନେଇ ପୁଣି ଥରେ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

ମତାମତ ଦିଅନ୍ତୁ ।