ରିଆଙ୍କ ହାଜତ ମିଆଦି ଅକ୍ଟୋବର ୬ ଯାଏ ବଢିଲା

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବିଚାର ବିଭାଗୀୟ ହାଜତ ମିଆଦି ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଆଜି ହାଜତ ମିଆଦି ଶେଷ ଦିନ ଥିବାରୁ ଏହାକୁ ବଢାଇବା ପାଇଁ ମୁମ୍ବାଇର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଜାମିନ୍ ପାଇଁ ରିଆ ତାଙ୍କ ଭାଇ ବମ୍ବେ ହାଇକୋର୍ଟରେ ଆବେଦନ କରିଥିବାରୁ ଏହାର ଶୁଣାଣି ଆସନ୍ତାକାଲି ହେବ।

ସୂଚନାଯୋଗ୍ୟ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଛି ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି)। ଏହି ମାମଲାରେ ରିଆଙ୍କୁ ସେପ୍ଟେମ୍ବର ୮ ତାରିଖରେ ଗିରଫ ହୋଇଥିଲେ। କରିଥିଲା। ପରେ ଜାମିନ୍ ଆବେଦନ ନାମଞ୍ଜୁର ହେବାରୁ କୋର୍ଟ ତାଙ୍କୁ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

ମତାମତ ଦିଅନ୍ତୁ ।