ରିୟାଙ୍କୁ ନେଇ କ’ଣ କହିଲେ ସୁଶାନ୍ତଙ୍କ ବନ୍ଧୁ ସିର୍ଦ୍ଧାର୍ଥ ପଠାନୀ

ନୂଆଦିଲ୍ଲୀ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଜାରି ରହିଛି। ଏନେଇ ବିଭିନ୍ନ ଲୋକଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏଥିରେ ବନ୍ଧୁ ସିର୍ଦ୍ଧାର୍ଥ ପିଠାନୀଙ୍କୁ ସାମିଲ କରାଯାଇଛି। ସୋମବାର ପଚରାଉଚରା ସମୟରେ ସିର୍ଦ୍ଧାର୍ଥ ପିଠାନୀ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ଅନେକ ତଥ୍ୟ ସିବିଆଇକୁ ଦେଇଛନ୍ତି।

ସିର୍ଦ୍ଧାର୍ଥ କହିଛନ୍ତି ରିୟାଙ୍କ ସହିତ ସାକ୍ଷାତ ପରେ ସୁଶାନ୍ତଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସୁଶାନ୍ତ ବହୁତ ଚିନ୍ତିତ ରହୁଥିଲେ। ଗତ ବର୍ଷ ଏକ ପାର୍ଟିରେ ରିୟା ଓ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ସମୟରେ ସୁଶାନ୍ତ ରିୟାଙ୍କ ପକ୍ଷ ନେଇଥିଲେ। ଯାହା ସମସ୍ତଙ୍କୁ ଚକିତ କରିଥିଲା।

ସିର୍ଦ୍ଧାର୍ଥଙ୍କ ସୂଚନା ହେଲା ରିୟାଙ୍କ ସହିତ ଦେଖା ହେବା ପରଠାରୁ ସୁଶାନ୍ତଙ୍କର କାମରେ ମନ ଲାଗୁନଥିଲା। ସେ ଅଧିକାଂଶ ସମୟ ରିୟାଙ୍କ ସହିତ ବିତାଉଥିଲେ। କିନ୍ତୁ ଏମିତି ସମୟ ଆସିଲା ସେ ଏକୁଟିଆ ଅନୁଭବ କରିବାକୁ ଲାଗିଲେ। ଚଳିତ ବର୍ଷ ଜାନୁୟାରୀରେ ମୋ ପାଖକୁ ସୁଶାନ୍ତଙ୍କର ଫୋନ୍ ଆସିଲା। ସେ କହିଲେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡିଦେଇ ନିଜ ଡ୍ରିମ୍ ପ୍ରୋଜେକ୍ଟ ୧୫୦ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସିର୍ଦ୍ଧାର୍ଥ କହିଲେ ସୁଶାନ୍ତ ମୋତେ ମୁମ୍ବାଇ ଆସିବା ପାଇଁ କହିଲେ। ମୁଁ ଆସିବ ପରେ ମୋତେ ଆଲିଙ୍ଗନ କରି କାନ୍ଦିଲେ। ଏମିତି ଅବସ୍ଥା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସୁଶାନ୍ତ କହିଲେ ୩୦,୦୦୦ ଟଙ୍କାରେ ଘର ଚଳାଇବେ। ଅଭିନୟ ଛାଡି ଚାଷ କରିବେ। ରିୟାଙ୍କୁ ନେଇ ସିର୍ଦ୍ଧାର୍ଥ କହିଲେ ସେ ସୁଶାନ୍ତଙ୍କ କାର୍ଡ ବ୍ୟବହାର କରୁଥିଲେ।

ଅନ୍ୟପକ୍ଷରେ ଏହି ମାମଲାରେ ସିବିଆଇ ଓ ଇଡି ତଦନ୍ତ ଚାଲିଛି। ଏ ସମ୍ପର୍କରେ ଆଜତକ୍‌ର ବରିଷ୍ଠ ସାମ୍ବାଦିକ ଶମ୍ସ ତାହିର୍‌ ଖାନ କହିଛନ୍ତି ଇଡି ଓ ସିବିଆଇ ତଦନ୍ତ ତାହା ସଂପୂର୍ଣ୍ଣ ଅଲଗା। ଉଭୟଙ୍କ ତଦନ୍ତରେ କିଛି ନେଣଦେଣ ନାହିଁ। ଏହା ବୁଝିବାକୁ ହେବ ଯେ ଯଦି ସନ୍ଦେହ ହେଲା ଇଡି ରିୟାକୁ ସିବିଆଇ ପୂର୍ବରୁ ଗିରଫ କରିପାରେ। ସେ ଆହିରି କହିଛନ୍ତି ଡମି ଟ୍ରାଏଲରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ସୁଶାନ୍ତଙ୍କ ହାଇଟ୍‌ର କୌଣସି ବ୍ୟକ୍ତି ତାଙ୍କୁ ରୁମ୍‌ରେ ଫାଶୀ ଲଗାଇ ପାରେ। କିନ୍ତୁ ସୁଶାନ୍ତ ନିଜେ ଫାଶ ଲଗେଇଛନ୍ତି କି ନାହିଁ ଏ କଥା ଫୋରେନ୍ସିକ୍‌ ରିପୋର୍ଟ ଓ ଅନ୍ୟ ରିପୋର୍ଟ ପରେ ସାମନାକୁ ଆସିବ।

ମତାମତ ଦିଅନ୍ତୁ ।