ପ୍ରତିରୋଧକ ଶକ୍ତି ବଢାଏ ଲେମ୍ବୁ ସରବତ

0

ଲେମ୍ୱୁରେ ରହିଛି ଅନେକ ଔଷଧୀୟ ଗୁଣ। ଲେମ୍ୱୁ ସରବତ ଶରୀରରେ ଜଳୀୟ ଅଂଶ ବୃଦ୍ଧି କରେ। କରୋନା ବିରୋଧୀ ଲଢ଼େଇରେ ମଧ୍ୟ ଲେମ୍ୱୁ ପାଣି ସହାୟକ ହୋଇପାରିବ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ ପ୍ରତିଦିନ ସକାଳେ ଉଷୁମ୍ ପାଣିରେ ଲେମ୍ୱୁ ଓ ଲୁଣ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ। ଯାହା ଯେକୌଣସି ଭୂତାଣୁ ବିରୋଧରେ ଲଢ଼େଇ କରିପାରିବ।

ଗୋଟିଏ ଗ୍ଲାସ ଉଷୁମ ପାଣିରେ ଏକରୁ ଦୁଇ ଚାମଚ ଲେମ୍ୱୁ ରସ ଓ ଗୋଟିଏ ଚାମଚର ଏକ ଚତୁର୍ଥାଂଶ ସମୁଦ୍ର ଲୁଣ ମିଶାଇବେ। ଏହି ସରବତକୁ ଦିନକୁ ଦୁଇ ଥର ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହେବ। ଲେମ୍ୱୁରେ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଡେଣ୍ଟ୍ ରହିଛି। ଥଣ୍ଡା ଓ ବିଭିନ୍ନ ଭାଇରାଲ୍ ଜ୍ୱର ବିରୋଧରେ ଲଢିବାରେ ହେବ ସହାୟକ।

ନିୟମିତ ଲେମ୍ୱୁ ଖାଉଥିବା ଓ ଲେମ୍ୱୁ ପାଣି ପିଉଥିବା ବ୍ୟକ୍ତି ଶରୀରରେ କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଏହା ହୃଦରୋଗ ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ। କିଡନୀ ଷ୍ଟୋନ୍ ପାଇଁ ଲେମ୍ବୁ ପାଣି ବେଶ ଉପକାରୀ। ଏହାକୁ ଗ୍ରୀନ ଟି’ ଆକାରରେ ଦିନକୁ ସେତେଥର ପିଆଯାଇ ପାରିବ।

Leave A Reply

Your email address will not be published.