ରୋହନପ୍ରୀତଙ୍କୁ ବାହାହେଲେ ନେହା କକ୍କର

ମୁମ୍ବାଇ : ପ୍ରେମିକ ରୋହନପ୍ରୀତ ସିଂହଙ୍କୁ ବିବାହ କରିଛନ୍ତି ବଲିଉଡର କଣ୍ଠଶିଳ୍ପୀ ସୁନ୍ଦରୀ ନେହା କକ୍କର। ଦିଲ୍ଲୀର ଏକ ଗୁରୁଦ୍ୱାରରେ ଶିଖ ରୀତିନୀତିରେ ଏହି ବିବାହ ସମ୍ପନ୍ନ ହୋଇଛି।

ବିବାହ ବେଳେ ନେହା ଓ ରୋହନପ୍ରୀତ ପିଙ୍କ ଆଉଟଫିଟରେ ନଜର ଆସିଛନ୍ତି। ନେହା ବାହାଘରର ଫଟୋ କିମ୍ବା ଭିଡିଓ ଏଯାଏ ପୋଷ୍ଟ କରିନଥିଲେ ହେଁ ତାଙ୍କ ଫ୍ୟାନ୍‌ମାନେ ବିବାହ ବେଳର ଦୃଶ୍ୟକୁ କ୍ୟାମେରାରେ କଏଦୀ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ମେହେନ୍ଦି ଉତ୍ସବରେ ନେହା ଓ ରୋହନ ସମାନ ରଙ୍ଗର ପୋଷାକ ପିନ୍ଧିଥିଲେ। ନେହା ଇନଷ୍ଟାଗ୍ରାମରେ ଏହାର ଫଟୋ ପୋଷ୍ଟ କରିଥିଲେ। ଉଭୟଙ୍କ ହଲଦୀ ଅକ୍ଟୋବର ୨୩ରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୨୬ରେ ମୋହାଲିରେ ଉଭୟ ରିସେପସନ ପାର୍ଟି ଦେବେ।

ମତାମତ ଦିଅନ୍ତୁ ।