ରୋହିତ ଶର୍ମାଙ୍କ ସହ ୪ ଖେଳାଳି ପାଇବେ ଖେଳ ରତ୍ନ ପୁରସ୍କାର

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଓ ଅନ୍ୟ ତିନିଜଣ କ୍ରୀଡ଼ାବିତ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ପାଇବେ। ଚୟନ କମିଟି ଆଜି ରୋହିତଙ୍କ ବ୍ୟତୀତ ଆଉ ୩ ଜଣ ଆଥଲେଟଙ୍କ ନାଁ ପୁରସ୍କର ପାଇଁ ସୁପାରିସ କରି ଭାରତ ସରକାରଙ୍କ ପାଖକୁ ପଠା ଯାଇଛି। ତାଲିକାରେ ରହିଛି ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ରେସଲର ଭିନେଶ ଫୋଗଟ, ଟେବୁଲ ଟେନିସ ଚାମ୍ପିୟନ ମନିକା ବାତ୍ରା ଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ମରିପ୍ପାନ ଥାଙ୍ଗାଭେଲୁଙ୍କ ନାମ। ଚଳିତ ବର୍ଷ ଏହି ୪ ଜଣଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ମିଳିବ।

ମତାମତ ଦିଅନ୍ତୁ ।