ରୋମାନ୍ସକୁ ନେଇ ଚର୍ଚ୍ଚାରେ ପବିତ୍ରା

ମୁମ୍ବାଇ : ବିଗ୍ ବସ୍ ୧୪ର ପ୍ରତିଯୋଗୀ ପବିତ୍ରା ପୁନିଆଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ସ୍ୱୀକାର କରିଛନ୍ତି ଏକ ସମୟରେ ଦୁଇଜଣ ପୁଅଙ୍କ ସହିତ ତାଙ୍କର ସମ୍ପର୍କ ଥିଲା।

ବିଗ୍ ବସ୍ ଘରେ ପବିତ୍ରା ପୁନିଆ ଓ ଇଜାଜ୍ ଖାନଙ୍କ ମଧ୍ୟରେ ଘନିଷ୍ଠତା ଦେଖିବାକୁ ମିଳିଛି। ଗୋଟିଏ ଏପିସୋଡରେ ଇଜାଜ ମଧ୍ୟ ପବିତ୍ରାକୁ କୋଳରେ ନେଇ ରୋଷେଇ ଘରରୁ ଅନ୍ୟ ଏକ ସ୍ଥାନକୁ ନେଇଯିବା ନଜର ଆସିଥିଲେ। କିନ୍ତୁ ପବିତ୍ରାଙ୍କ ପୂର୍ବତନ ପ୍ରେମିକ ପାରସ୍‌ ଛାବ୍ରା କହିଥିଲେ ପବିତ୍ରା ତାଙ୍କୁ ଡେଟ କରିବା ପୂର୍ବରୁ ବିବାହିତା ଥିଲେ। ହେଲେ ଏ କଥା ସେ ଲୁଚାଇଥିଲେ। ପାରସ୍‌ଙ୍କ ଏହି କଥାରେ ପବିତ୍ରା କୌଣସି ପ୍ରତିକ୍ରିୟା ଦେଇନଥିଲେ।

ସେହିପରି ଭିଡିଓରେ ପବିତ୍ରା ବିଗ୍ ବସ୍ ହାଉସର ସହ-ପ୍ରତିଯୋଗୀ ସାରା ଗୁରୁପାଲ, ନିଶାନ୍ତ ସିଂ ଓ ରାହୁଲ ବୈଦ୍ୟଙ୍କୁ କହିଛନ୍ତି ବହୁ ପୂର୍ବରୁ ମୋର ଦୁଇଟି ବୟଫ୍ରେଣ୍ଡ ଥିଲେ। ମୁଁ ଉଭୟଙ୍କୁ ଏଭଳି ରଖିଥିଲି। ସେ ଦୁଇଟି କାନରେ ଫୋନ୍ ଲଗାଇ ରଖୁଥିଲେ ମଧ୍ୟ ଦୁହେଁ ପରସ୍ପର ବିଷୟରେ ଜାଣିପାରିନ୍ତି ନାହିଁ। ରାହୁଲ ପବିତ୍ରାକୁ ପଚାରିଥିଲେ କେବେ ବୟଫ୍ରେଣ୍ଡଙ୍କ ନାଁକୁ ମିକ୍ସ କରିଛନ୍ତି କି ? ସେ କହିଥିଲେ କନ୍‌ଫ୍ୟୁଜନ୍‌ରୁ ବଞ୍ଚିବା ପାଇଁ ଦୁଇଜଣ ବୟଫ୍ରେଣ୍ଡଙ୍କୁ ‘ବେବି’ ଡାକୁଥିଲେ। ଆଉ ମଜ୍ଜାରେ କହିଥିଲେ ଏହି କାରଣ ଯୋଗୁଁ ପୁରୁଷମାନଙ୍କୁ ବେବି, ସୋନା ଓ ଜାନ୍‌ ଭଳି ପ୍ୟାରେ ନିକ୍‌ନେମ୍‌ ଦିଆଯାଏ।

ପବିତ୍ରା ଏକ ସାକ୍ଷାତକାରରେ କହିଛନ୍ତି ରିଆଲିଟି ସୋ’ର ପୂର୍ବ ସିଜନରେ ଯୋଗ ଦେଇଥିବା ପାରସଙ୍କ ପାଖରେ ଯଦି ଟିକିଏ ସମ୍ମାନ ଓ ଭାବନା ବାକି ଅଛି ତେବେ ବିଗ୍ ବସ୍ ୧୪ରେ ପ୍ରବେଶ କରିବା ଉଚିତ୍ ନୁହେଁ। ଖବର ଅନୁଯାୟୀ ପବିତ୍ରା ଓ ପାରସ୍ ୨୦୧୮ରେ କିଛି ସମୟ ପାଇଁ ପରସ୍ପରକୁ ଡେଟ କରିଥିଲେ। ପରେ ପବିତ୍ରାଙ୍କ ସମ୍ପର୍କ ବିଷୟରେ ପାରସ ଜାଣିବାକୁ ପାଇଲେ। ପବିତ୍ରାଙ୍କ କମେଣ୍ଟସ୍‌ରେ ପାରସ କହିଥିଲେ ପବିତ୍ରା ନିଜ ବାହାଘର କଥା ତାଙ୍କୁ ଲୁଚାଇ ଥିଲେ। ଉଭୟ ପରଷ୍ପରକୁ ଡେଟ୍‌ କରୁଥିବା ସମୟରେ ପବିତ୍ରାଙ୍କ ସ୍ଵାମୀ ତାଙ୍କୁ ମ୍ୟାସେଜ୍‌ କରିଥିଲେ।

ମତାମତ ଦିଅନ୍ତୁ ।