ରୁଷ ଗବେଷକ ବ୍ୟବହାର କଲେ, ଦୁଇଦିନ ପରେ ଆସିବ କରୋନା ଟିକା

ମସ୍କୋ : କରୋନା ମହାମାରୀ ବିଶ୍ଵ ପାଇଁ ଚିନ୍ତାର ଏବେ ଚିନ୍ତାର କାରଣ ହୋଇଛି। ଏହିଭଳି ଏକ ସମୟରେ ଆସନ୍ତା ୧୨ ତାରିଖରେ ଆସିବ ପ୍ରଥମ କରୋନା ଟିକା। ରୁଷ ପ୍ରସ୍ତୁତ କରିଥିବା ଏହି ଟିକାକୁ ସେଠା ସରକାର ୧୨ ତାରିଖରେ ପଞ୍ଜୀକରଣ କରିବାକୁ ଯାଉଥିବା ଘୋଷଣା କରିଛନ୍ତି। ପଞ୍ଜୀକରଣ ପରେ ବିଶ୍ଵର ପ୍ରଥମ ଟିକା ଭାବେ ଏହାକୁ ରେଗୁଲେଟରୀ ଆପ୍ରୁଭାଲ ମିଳିବ। ଏହି ଟିକାକୁ ପ୍ରଥମେ ରୁଷର ସମସ୍ତ ଲୋକଙ୍କୁ ଦିଆଯିବ। ଏହାପରେ ଯେଉଁ ଦେଶ ଚାହିଁବେ ସେମାନଙ୍କୁ ରୁଷ ଯୋଗାଇବ।

ରୁଷ ଗଣମାଧ୍ୟମର କହିଛି ଏହି ଟିକାର ପରୀକ୍ଷା ବେଳେ ମଣିଷ ଶରୀରରେ କୌଣସି କ୍ଷତି କରିନାହିଁ। ସେପ୍ଟେମ୍ବର ମାସରୁ ବିପୁଳ ପରିମାଣରେ ଏହି ଟିକାର ଉତ୍ପାଦନ କରାଯିବ। ଅକ୍ଟୋବର ମାସରୁ ଦେଶର ବିଭିନ୍ନ ପ୍ରାନ୍ତରେ ଏହାକୁ ଲୋକଙ୍କ ଉପରେ ପ୍ରୟୋଗ କରାଯିବ। ମସ୍କୋର ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି ଟିକା ପ୍ରସ୍ତୁତ କରାଯାଇଛି। ଏହାକୁ ବ୍ୟବହାର କରିବା ପରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ। ପରୀକ୍ଷା ବେଳେ ଜଣାପଡ଼ିଛି ଟିକା ନେବା ପରେ କିଛି ଲୋକ କରୋନା ମୁକ୍ତ ହେଉଥିଲେ ହେଁ ଜ୍ୱରରେ ପୀଡ଼ିତ ହେଉଛନ୍ତି। ତେବେ ଏଥିପାଇଁ ଭୟଭୀତ ନ ହୋଇ ପାରାସିଟାମଲ ଖାଇଲେ ସୁସ୍ଥ ହୋଇଯିବେ। ଟିକା ନେବା ପରେ ରୋଗ ପ୍ରତିରୋଧକ ଶକ୍ତି ସିଷ୍ଟମକୁ ଶକ୍ତିଶାଳୀ ବୁଷ୍ଟ ମିଲୁଛି। ଏହି କାରଣ ପାଇଁ ଲୋକଙ୍କ ଶରୀରରେ ଜ୍ୱର ଆସୁଛି, ଯାହା ସ୍ୱାଭାବିକ ପ୍ରକ୍ରିୟା ବୋଲି କୁହାଯାଇଛି।

ଆହୁରି କୁହାଯାଇଛି ଭାଇରସ ଉପରେ କାମ କରୁଥିବା ବୈଜ୍ଞାନିକ, ଗବେଷକ ଓ ଉତ୍ପାଦନ କାମରେ ନିୟୋଜିତ ଲୋକମାନେ ଏହି ଟିକାର ବ୍ୟବହାର କରି ସାରିଛନ୍ତି। ସେମାନଙ୍କ ଶରୀରରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ସେପ୍ଟେମ୍ବର ମାସରେ ଏହି କରୋନା ଟିକା ଡାକ୍ତରମାନଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ମତାମତ ଦିଅନ୍ତୁ ।