ରୁଷ କରୋନା ଟିକାକୁ ନେଇ ଉଠିଲା ପ୍ରଶ୍ନ

ମସ୍କୋ : ବିଶ୍ୱର ପ୍ରଥମ କରୋନା ଟିକା ବାହର କରିଥିବା ରୁଷ ଗତକାଲି ଘୋଷଣା କରିଥିଲା। ଏବେ ଏହାର ସୁରକ୍ଷା ଓ ବୈଧତାକୁ ନେଇ ପ୍ରଶ୍ନ ଉଠିଛି। ରୁଷର ଅଧିକାରୀମାନେ ମାତ୍ର ୪୨ ଦିନ ମଧ୍ୟରେ ଟିକା ଉପରେ ଗବେଷଣା କରି ଏହାକୁ ମଞ୍ଜୁରୀ ଦେଇଥିବାରୁ କରୋନା ବିରୋଧରେ ଏହି ଟିକା କିପରି କାର୍ଯ୍ୟ କରୁଛି ସେ ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିନାହିଁ। ଏହି ଖବର ଡେଲି ମେଲ ତଥ୍ୟ ଆଧାରରେ ପ୍ରକାଶ ପାଇଛି।

ରିପୋର୍ଟରେ ଆହୁରି କୁହାଯାଇଛି ୩୮ ଜଣ ଲୋକଙ୍କ ଉପରେ ରୁଷ ସ୍ପୁଟନିକ୍ ଭିର ପରୀକ୍ଷା କରିବା ପରେ ଏହାକୁ ମଞ୍ଜୁରୀ ଦେଇଛି। ଟିକା ନେବା ପରେ ଦେହ ହାତ ଦରଜ ହେବା, ଝାଳ ବୋହିବା ଓ ପ୍ରବଳ ଜ୍ୱର ଅନୁଭତ ହେଉଛି। ଏହାଛଡା ଦୁର୍ବଳ ଲାଗିବା, ଭୋକ ନ ହେବା, ମୁଣ୍ଡ ବିନ୍ଧିବା, ଝାଡ଼ାବାନ୍ତି, ନାକ ବନ୍ଧ ହୋଇଯିବା ଭଳି ଲକ୍ଷଣ ଶରୀରରେ ଦେଖିବାକୁ ମିଳିଥିବା ବେଳେ ଏହି ପାର୍ଶ୍ୱପ୍ରତିକ୍ରିୟା ଆପେଆପେ ଭଲ ହୋଇଯାଉଛି। କିନ୍ତୁ ୪୨ ତମ ଦିନ ମଧ୍ୟରେ ୩୧ ଜଣଙ୍କ ଶରୀରରେ ପାର୍ଶ୍ୱପ୍ରତିକ୍ରିୟାର ଲକ୍ଷଣ ମାନ ରହିଥିଲା।

ଅନ୍ୟପକ୍ଷରେ ରୁଷ ଏହି କରୋନା ଟିକା ୧୮ ବର୍ଷ ବୟସରୁ କମ ଓ ୬୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଉପରେ ପ୍ରୟୋଗ କରାଯିବ ନାହିଁ। କାରଣ କ୍ଲିନାକାଲ ଟ୍ରାଏଲ ବେଳେ ଏହି ବୟସ୍କ ଲୋକଙ୍କ ଉପରେ ଟିକାର ପରୀକ୍ଷଣ କରାଯାଇ ନଥିବା ବେଳେ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନେ ଏହି ଟିକା ନେଇପାରିବେ ନାହିଁ।

ମତାମତ ଦିଅନ୍ତୁ ।