ଋତୁକାଳୀନ ଭାଇରସରେ ପରିଣତ ହେବ କରୋନା

ଦୁବାଇ : କରୋନା ମହାମାରୀ ପାଇଁ ଏବେ ସମଗ୍ର ବିଶ୍ଵ ଚିନ୍ତିତ। ହେଲେ ଗବେଷକଙ୍କ ଅଧ୍ୟୟନ ନୂଆ ଆଶା ସଞ୍ଚାର କରିଛି। ସେମାନେ ମତ ଏମିତି ଦିନ ଆସିବ ଲୋକଙ୍କ ଦେହରେ ହାର୍ଡ ଇମ୍ୟୁନିଟି ବିକଶିତ ହୋଇଯିବ। ଆଉ କରୋନା ଭାଇରସ ଥଣ୍ଡା, କାସ ଓ ଅନ୍ୟ ଋତୁକାଳୀନ ସଂକ୍ରମଣ ହୋଇ ରହିଯିବ। ତେବେ ସମସ୍ତଙ୍କୁ ସତର୍କ ହୋଇ ଚଳିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ଫ୍ରଣ୍ଟିୟର୍ସ ଇନ୍‌ ପବ୍ଲିକ୍ ହେଲଥ୍ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଭିନ ଟେମ୍ପରେଚର (ସମ ସିତୋଷ୍ମ) ଜଳବାୟୁ ଅଞ୍ଚଳର ଲୋକଙ୍କଠାରେ ହାର୍ଡ ଇମ୍ୟୁନିଟି ବିକଶିତ ହୋଇଗଲେ ବିଶ୍ୱରେ କରୋନା ଭାଇରସର ପ୍ରଭାବ ହ୍ରାସ ପାଇବ। ଇଭିନ୍‌ ଟେମ୍ପରେଚର ଜୋନରେ ଭାରତ, ଆମେରିକା, କାନାଡା, ଜାପାନ, ନ୍ୟୁଜିଲ୍ୟାଣ୍ଡ, ଉତ୍ତର ଆଫ୍ରିକା ଓ ପଶ୍ଚିମୟ ଏସିୟ ଦେଶ ଗୁଡିକ ରହିଛି।

କରୋନା ଭାଇରସ ଗବେଷଣାରେ ସାମିଲ ଆମେରିକାନ ଇନିଷ୍ଟିଚ୍ୟୁଟ୍ ଅଫ ବେରୁଟର ଡା. ହସନ ଜରାକୋଟଙ୍କ କହିବା ଅନୁସାରେ କୋଭିଡ ଭୂତାଣୁର ପ୍ରାଦୁର୍ଭାବ ଏବେ ଆଉ କିଛି ସମୟ ମାନବ ସଭ୍ୟତାକୁ ଭୋଗ କରିବାକୁ ପଡିବ। ହେଲେ ବର୍ଷକୁ ବର୍ଷ କରୋନା ଲହର ଆସିବ। କିନ୍ତୁ ହାର୍ଡ ଇମ୍ୟୁନିଟି ବିକଶିତ ହେଲେ ଭୂତାଣୁର ପ୍ରଭାବ ମନୁଷ୍ୟ ଉପରେ ହ୍ରାସ ହେବାରେ ଲାଗିବ। ସେ ପର୍ଯ୍ୟନ୍ତ ଲୋକଙ୍କୁ ପରସ୍ପର ମଧ୍ୟରେ ଦୂରତା, ମାସ୍କ ଓ ବ୍ୟକ୍ତିଗତ ପରିସ୍କାର ପରିଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ।

ଭିଶେଷଜ୍ଞଙ୍କ ମତରେ ଯେତେବେଳେ କୌଣସି କ୍ଷେତ୍ରର ଅଧା ଜନସଂଖ୍ୟା ଭୂତାଣୁ ବିରୋଧରେ ପ୍ରତିରୋଧକ କ୍ଷମତା ହାସଲ କରିନିଏ ତାକୁ ହାର୍ଡ ଇମ୍ୟୁନିଟି କୁହାଯାଏ। ନିକଟରେ ହୋଇଥିବା ସିରୋ ସର୍ଭେ ରିପୋର୍ଟରେ ଭାରତ ଏବେବି ହାର୍ଡ ଇମ୍ୟୁନିଟିଠାରୁ ଅନେକ ଦୂରରେ ଥିବା ଜଣାପଡିଛି। ହାର୍ଡ ଇମ୍ୟୁନିଟି ଲାଗି ଜନସଂଖ୍ୟାର ୬୦ରୁ ୭୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକାଶ ହେବା ଆବଶ୍ୟକ। କିନ୍ତୁ ସିରୋ ସର୍ଭେରେ ଭାରତରେ ୨୪ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ବିକଶିତ ହୋଇଥିବା ଦେଖାଯାଇଛି। ଆଣ୍ଟିବଡି ହାସଲ କରିଥିବା ଲୋକଙ୍କ ସଂଖ୍ୟା ଯେତେ ବଢିବ ସଂକ୍ରମଣ ଆଶଙ୍କା ସେତିକି ହ୍ରାସ ପାଇବ ବୋଲି ସେମାନେ କହିଛନ୍ତି।

ମତାମତ ଦିଅନ୍ତୁ ।