ରାୟଗଡ଼ା : ୪ ଲୁଟେରା ଗିରଫ

ରାୟଗଡ଼ା : ସିଏମଏସ୍‌ କଂପାନିର ଜଣେ କର୍ମଚାରୀଙ୍କଠାରୁ ଗତ ବୁଧବାର ୨୪ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏହି ମାମଲାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଟଙ୍କା ଓ ବାଇକ୍‌ ଜବତ କରିଛି। ଖବର ଅନୁଯାୟୀ ଗତ ବୁଧବାର ଟଙ୍କା ଲୁଟ ନେଇ ରାୟଗଡ଼ା ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୪ ଜଣକୁ ଉଠାଇ ନେଇ ପଚରାଉଚରା କରିବା ପରେ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।