ସା ରେ ଗା ମା ପା- ସ୍ୱରର ମହାମଞ୍ଚ ଗାଲା ରାଉଣ୍ଡରେ ୧୨ ପ୍ରତିଯୋଗୀ

0

ଭୁବନେଶ୍ୱର : ଓଡ଼ିଶାରେ ସର୍ବାଧିକ ଲୋକପ୍ରିୟ ସଂଗୀତଭିତ୍ତିକ ରିଅଲିଟି ସୋ’ ଜି ସାର୍ଥକର ‘ସା ରେ ଗା ମା ପା ସ୍ୱରର ମହାମଞ୍ଚ’ ସୋ ପର୍ଯ୍ୟାୟରୁ ଶ୍ରେଷ୍ଠ ୧୨ ଜଣ ପ୍ରତିଯୋଗୀ ମନୋନୟନ ସହିତ ଗାଲା ରାଉଣ୍ଡରେ ପହଞ୍ଚିଛି। ସପ୍ତାହାନ୍ତରେ ବିବିଧ ପ୍ରତିଭା-ଅନ୍ୱେଷଣ ଭିତ୍ତିକ ସୋ ଏବଂ ଧମାକାଦାର ଚଳଚ୍ଚିତ୍ରଗୁଡିକ ସହିତ ଏକ ସ୍ଥାୟୀ ଭାବରେ ମନୋରଂଜନ ଆଣିଦେବାକୁ ଜି ସାର୍ଥକର ପ୍ରତିଶ୍ରୁତି, ସର୍ବଦା ଦର୍ଶକମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ଉପଭୋଗ କରିପାରିବା ଭଳି ସ୍ୱତନ୍ତ୍ର ସୋ ପ୍ରସ୍ତୁତ କରିବା ଉପରେ ଅଗ୍ରାଧିକାର ଦେଇଆସିଛି।

ସା ରେ ଗା ମା ପା ସ୍ୱରର ମହାମଞ୍ଚ ନୂଆ ସିଜନ ଆରମ୍ଭହେବା ଦିନଠାରୁ ଦର୍ଶକମାନଙ୍କୁ ପୁଲକିତ କରିଆସୁଛି ଏବଂ ସମସ୍ତ ବୟସବର୍ଗଙ୍କ ମଧ୍ୟରେ ଏହି ସୋ’ ପ୍ରତି ପ୍ରତିକ୍ରିୟା ଓ ଗ୍ରହଣୀୟତା ଅତ୍ୟନ୍ତ ପ୍ରଶଂସନୀୟ ହୋଇପାରିଛି। ପ୍ରତିଯୋଗିତା କ୍ରମଶଃ ଉଚ୍ଚତର ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏବଂ ଅବଶିଷ୍ଟ ୧୨ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସେମିଫାଇନାଲରେ ସ୍ଥାନ ପାଇବାକୁ କଡା ମୁକାବିଲା ହେଉଛି ଏବଂ ଖୁବଶୀଘ୍ର ଫିନାଲେ ଆସୁଛି।

ଗାଲା ରାଉଣ୍ଡ ସମ୍ପର୍କରେ ଜି ସାର୍ଥକର ବିଜନେସ୍ ହେଡ ଅର୍ଘୟ ରୟ ଚୌଧୁରୀ କହିଛନ୍ତି ସପ୍ତାହାନ୍ତ ପ୍ରାଇମ ଟାଇମ ଦର୍ଶକମାନଙ୍କ ମଧ୍ୟରେ ସା ରେ ଗା ମା ପା ସ୍ୱରର ମହାମଞ୍ଚ ଇତିମଧ୍ୟରେ ବେଶ୍‍ ଲୋକପ୍ରିୟ ହୋଇସାରିଛି। ଏହା ଟିଆରପି ସାରଣୀରେ ମଧ୍ୟ ବେଶ୍‍ ଉତ୍ତମ ସ୍କୋର କରୁଛି। ଏ ପର୍ଯ୍ୟନ୍ତ ଆମେ ୧୦ଟି ରାଉଣ୍ଡ ଶେଷ କରିସାରିଛୁ। ଶେଷରେ ଆମର ସମ୍ମାନନୀୟ ବିଚାରକଗଣ ଗାଲା ରାଉଣ୍ଡ ପାଇଁ ଶ୍ରେଷ୍ଠ ୧୨ଜଣ ପ୍ରତିଯୋଗୀଙ୍କୁ ମନୋନୀତ କରିଛନ୍ତି। ଏହି ପ୍ରତିଯୋଗୀମାନେ ଅତ୍ୟନ୍ତ ପ୍ରତିଭାସଂପନ୍ନ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶାର ଅଭ୍ୟନ୍ତରୀଣ ଅଞ୍ଚଳରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ସ୍ଥାନୀୟ ସୋ’ରେ ଅଂଶଗ୍ରହଣ କରନ୍ତି ଏବଂ ସେମାନଙ୍କର ପ୍ରଦର୍ଶନକୁ ଜି ସାର୍ଥକର ସା ରେ ଗା ମା ପା ପ୍ଲାଟଫର୍ମରେ ପୋଷ୍ଟ କରନ୍ତି। ଏହି ଯୁବ ପ୍ରତିଭାଗଣ ଜି ସାର୍ଥକର ସୋସିଆଲ ମିଡିଆ ହ୍ୟାଣ୍ଡଲ୍‍ଗୁଡିକରେ ମଧ୍ୟ ନିୟୋଜିତ ରହି ଘରେ ଘରେ ପରିଚିତ ହୋଇପାରିଛନ୍ତି।

ଓଡ଼ିଶାର ଅନ୍ୟତମ ଚମତ୍କାର ସଂଗୀତ ନିର୍ଦ୍ଦେଶକ ଗୁଡ୍‍ଲି ରଥ କହିଛନ୍ତି ଏହି ଯୁବ ପ୍ରତିଭାଗଣ ଗାଲା ରାଉଣ୍ଡରେ ପ୍ରବେଶ କରିଛନ୍ତି ଓ ସେମାନେ ଏଥିପାଇଁ ହକ୍‍ଦାର। ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇବାକୁ ସେମାନଙ୍କ ମଧ୍ୟରୁ କେତେଜଣ କଠିନ ପରିଶ୍ରମ କରିଛନ୍ତି। ଆଗାମୀ ଦିନଗୁଡିକରେ ଆମେ ଆଉ କିଛି ଭିନ୍ନ ଓ ସ୍ୱତନ୍ତ୍ର ପ୍ରଦର୍ଶନ ଦେଖିବା ଆଶା ରଖିଛୁ।

ସୁପରିଚିତ ଓଡ଼ିଆ ଗାୟିକା ଦୀପ୍ତି ରେଖା କହିଛନ୍ତି ସା ରେ ଗା ମା ପା ସ୍ୱରର ମହାମଞ୍ଚ ୨୦୨୧ ଏହି ପ୍ରଦର୍ଶନକାରୀଙ୍କୁ ବାସ୍ତବରେ ଏକ ବିଶାଳ ଜାତୀୟ ସ୍ତରର ପ୍ଲାଟଫର୍ମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାରେ ସହାୟତା କରିଛି। କେତେଜଣ ପ୍ରତିଯୋଗୀ ଅତ୍ୟନ୍ତ ଆହ୍ୱାନମୂଳକ ସ୍ଥିତିରୁ ଆସିଛନ୍ତି, ତଥାପି ସେମାନେ ସେମାନଙ୍କର ଆବେଗ ଓ ଲକ୍ଷ୍ୟପଥରେ ରହି ଆଜି ଏହି ସ୍ଥିତିରେ ପହଞ୍ଚିଛନ୍ତି। ଏହି ୧୨ଜଣ ପ୍ରତିଯୋଗୀମାନଙ୍କ ମଧ୍ୟରୁ ବାଛିବା ଆମପାଇଁ ଆଗକୁ ଏକ ଗୁରୁଦାୟିତ୍ୱ ହେବ।

ଅନ୍ୟତମ ବିଶିଷ୍ଟ ଓଡ଼ିଆ ଗାୟକ କ୍ରିଷ୍ଣା ବେଉରା କହିଛନ୍ତି ଗାଲା ପର୍ଯ୍ୟାୟରେ ପହଞ୍ଚିବାକୁ ଏହି ଅଂଶଗ୍ରହଣକାରୀମାନେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ସୁଫି, ଶାସ୍ତ୍ରୀୟ, ରୋମାଣ୍ଟିକ ଠାରୁ ରେଟ୍ରୋ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ରହିଛି । ପ୍ରତିଯୋଗିତା କ୍ରମଶଃ ଅଧିକ ମୁକାବିଲାମୂଳକ ହେବାକୁ ଯାଉଥିବାବେଳେ ଆଗାମୀ ରାଉଣ୍ଡଗୁଡିକ ପାଇଁ ଆମେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛୁ।

ଅସୀମା ପଣ୍ଡା କହିଛନ୍ତି, “ସା ରେ ଗା ମା ପା’ର ବିଶ୍ୱସ୍ତରରେ ସର୍ବୋତ୍ତମ କଣ୍ଠଶିଳ୍ପୀ ଅନ୍ୱେଷଣ ଏବଂ ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେବାର ଦୀର୍ଘ ୨୫ବର୍ଷର ସମୃଦ୍ଧ ପୃଷ୍ଠଭୂମି ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜି ସାର୍ଥକ ହାତଗଣତି ପ୍ରତିଭାଙ୍କୁ ଚିହ୍ନଟ କରିବା ସହିତ ଉପସ୍ଥାପନ କରୁଛି ଯେଉଁମାନେ ସାରା ଦେଶ ଏବଂ ବିଦେଶରେ ରହୁଥିବା ଓଡ଼ିଆ ଜନସାଧାରଣଙ୍କ ହୃଦୟରେ ରାଜ୍‍ କରିବେ।

ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ଏହି ୧୨ଜଣ ଶ୍ରେଷ୍ଠ ପ୍ରତିଯୋଗୀ ପୁନଶ୍ଚ ବିଭିନ୍ନ ରାଉଣ୍ଡରେ ପ୍ରଦର୍ଶନ ଓ ପ୍ରତିଦ୍ୱନ୍ଦ୍ୱିତା କରିବେ। ପ୍ରତିଯୋଗୀମାନଙ୍କ ଦ୍ୱାରା ହେଉଥିବା ଚମତ୍କାର ପ୍ରଦର୍ଶନ ପାଇଁ ‘ଗୋଲ୍‍ଡେନ ଗିଟାର ପରଫରମାନ୍ସ’ ସ୍ୱୀକୃତି ମିଳିବା ବେଳେ ପ୍ରତି ଅଧ୍ୟାୟରେ ସେହି ଦିନର ଏବଂ ସପ୍ତାହର ଜଣେ ପ୍ରଦର୍ଶନକାରୀଙ୍କୁ ମଧ୍ୟ ସ୍ୱୀକୃତି ପ୍ରଦାନ କରାଯିବ।

Leave A Reply

Your email address will not be published.