ସାବିତ୍ରୀ ଦିନ ସ୍ତ୍ରୀକୁ ବିଷ ପିଆଇଲା ସ୍ଵାମୀ

ମ.ରାମପୁର : ସାବିତ୍ରୀ ବ୍ରତ ଦିନ ପତ୍ନୀ ହତ୍ୟା। ମ.ରାମପୁର ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଖବର ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳ ସିର୍କିହେଜୁ ଗ୍ରାମର ଯୁବକ ନୀଳାମ୍ବର ବୈଠାରୁ ପାଂଚବର୍ଷ ତଳେ ପୁଷ୍ପାଞ୍ଜଳୀ ବୈଠାରୁଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ଦୁଇବର୍ଷ ପ୍ରାୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥିଲା ଏହାପରେ ସଂପର୍କରେ ଫାଟ ସୃଷ୍ଟି ହେବାରୁ ସ୍ୱାମୀ ନୀଳାମ୍ବର ପ୍ରାୟ ପ୍ରତିଦିନ ମଦ୍ୟପାନ କରୁଥିବାରୁ ଘରେ ଅଶାନ୍ତି ଲାଗି ରହୁଥିଲା। କେବେଳ ସେତିକି ନୁହେଁ ନିଜ ମାମୁଁ ଝିଅକୁ ବାହା ହେଇଥିଲେ। ସେମାନଙ୍କର ଦୁଇ ଶିଶୁପୁତ୍ର ମଧ୍ୟ ରହିଛନ୍ତି।

ସାବିତ୍ରୀ ବ୍ରତ ଦିନ ନୀଳାମ୍ବର ପୁଷ୍ପାଞ୍ଚଳୀକୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲା। ଗୁରୁତର ପୁଷ୍ପାଞ୍ଜଳୀଙ୍କୁ ପ୍ରଥମେ ମ.ରାମପୁର ଡ଼ାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର
between image and heading

Comments are closed.