ସାବିତ୍ରୀ ପାଇଁ ଏହି ଦେବାଦେବୀ ମନ୍ଦିରରେ ୧୪୪ ଧାରା

ଯାଜପୁର : ଆସନ୍ତାକାଲି ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା ପାଇଁ ବିବାହିତ ମହିଳାମାନେ ଦେବାଦେବୀ ମନ୍ଦିରରେ ଭିଡ ଲଗାଇବେ। କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ନେଇ ଭିଡ ଓ ପୂଜାର୍ଚ୍ଚନାକୁ ଅନୁମତି ଦିଆଯିବ ନାହିଁ।

ଯାଜପୁର ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଯାଜପୁର ତହସିଲ ଅଧିନ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, ଯାଉଁଳି ବନ୍ଧର ମା’ ମଙ୍ଗଳା, ଯାଜପୁରର ଜଗନ୍ନାଥ ମନ୍ଦିର, ବରାହ ମନ୍ଦିର ଓ ମାନସାପୋଲ ଠାରେ ଥିବା ରାମ ମନ୍ଦିରରେ ୯ ତାରିଖ ମଧ୍ୟରାତ୍ରରୁ ୧୦ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।
ଯାଜପୁର ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଏନେଇ ନିର୍ଦ୍ଦେଶ ଦେବା ସହ ଯାଜପୁର ଟାଉନ ପୋଲିସକୁ ଉପରୋକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button