ସାବିତ୍ରୀରେ ସ୍ୱାମୀଙ୍କୁ ଇଟାରେ ଛେଚିଲା ପତ୍ନୀ

କେନ୍ଦୁଝର : ସାବିତ୍ରୀ ବ୍ରତ ଦିନ ଅଘଟଣ। ସାମାନ୍ୟ କଳିକୁ କେନ୍ଦ୍ରକରି ସ୍ଵାମୀକୁ ପଥରରେ ଛେଚି ଗୁରୁତର କରିଛି ପତ୍ନୀ। ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ଖବର ଅନୁଯାୟୀ ବଡ଼ବିଲ ଥାନା ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁର ମୋଟୁ ମୁଣ୍ଡା ଆଜି ସକାଳେ ଘରେ ଶୋଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଘରୁ ବାହାରି ଥିଲେ। ଏହାକୁ ନେଇ ମୋଟୁ ଓ ପତ୍ନୀ ଦ୍ରୌପଦୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦ୍ରୌପଦୀ ଏକ ଇଟାରେ ସ୍ୱାମୀ ମୋଟୁଙ୍କ ମୁଣ୍ଡକୁ ଛେଚି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ଖବର ପାଇ ବଡ଼ବିଲ ପୋଲିସ ପହଞ୍ଚି ମୋଟୁଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର
between image and heading

Comments are closed.