ସଚେତନ ନହେଲେ ହ୍ୱାଟ୍ସଆପରୁ ହେବ ତଥ୍ୟ ଚୋରି

ନୂଆଦିଲ୍ଲୀ : ଏଣ୍ଟ ଟୁ ଏଣ୍ଟ ଏସକ୍ରିପ୍ସନ ଥାଇ ମଧ୍ୟ ଅନେକ ସମୟରେ ଡାଟା ଚୋରି ହେବା ଘଟଣା ସାମ୍ନାକୁ ଆସିଥାଏ। ତେବେ ଆସନ୍ତୁ ଜାଣିବା କିପରି ହେଉଛି ଡାଟା ଚୋରୀ।

ସାଧାରଣତଃ ହ୍ୱାଟ୍ସଆପରେ କଥା ହେବା ସମୟରେ ସମସ୍ତ ତଥ୍ୟ ଗୁଗୁଲ ଡ୍ରାଇଭକୁ ଯାଇଥାଏ। ଆମେ ହ୍ୱାଟ୍ସଆପ ଖୋଲିଲା ବେଳେ ନିଜ ଇମେଲ ଆଇଡିକୁ ଏହାସହ ଲିଙ୍କ କରିଥାଉ। ହ୍ୱାଟ୍ସଆପର ଚାଟ ବ୍ୟାକଅପ ସେଟିଙ୍ଗକୁ ଯାଇ ଆପଣ ଏହାକୁ ଦେଖି ପାରିବେ। ଅନେକ ଲୋକ ନିଜ ଚାଟକୁ ଅଟୋ ବ୍ୟାକଅପ କରିଦିଅନ୍ତି। ଯାହାଫଳରେ ପୁରୁଣା ମେସେଜ ଓ ଫଟୋ ଗୁଗୁଲ ଡ୍ରାଇଭକୁ ଚାଲିଯାଏ। ଆଉ ପରେ ଫୋନ ବଦଳାଇଲା ବେଳେ କିମ୍ବା ମେସେଜ ଖୋଜିଲେ ଏହା ସହଜରେ ମିଳିଯାଏ। ହେଲେ ଏହି ସହଜ ଉପାୟ ତଥ୍ୟ ଲିକର କାରଣ। ହ୍ୱାଟ୍ସଆପରେ ଏଣ୍ଟ ଟୁ ଏଣ୍ଟ ଏସକ୍ରିପ୍ସନ ରହିଥାଏ ହେଲେ ଗୁଗୁଲ ଡ୍ରାଇଭରେ ନୁହେଁ। ସେଥିପାଇଁ ଗୁଗୁଲ ଡ୍ରାଇଭରେ ଯାହାବି ଷ୍ଟୋର ହୋଇ ରହୁଛି ତାହା ସୁରକ୍ଷିତ ନୁହେଁ। ଯଦି ଏଭଳି ସ୍ଥିତିରେ ୟୁଜର୍ସଙ୍କ ଇମେଲ ଆଇଡି ହାସଲ କରି ନିଆଯାଏ ତେବେ ଗୁଗୁଲ ଡ୍ରାଇଭରେ ଥିବା ଡାଟା ସହଜରେ ଚୋରି ହୋଇଯିବ।

ଏଣ୍ଡ ଟୁ ଏଣ୍ଡ ଏସକ୍ରିପସନ ମାଧ୍ୟମରେ ଆମ ତଥ୍ୟ ସୁରକ୍ଷିତ ରହିଥାଏ। ଏଣ୍ଡ ଟୁ ଏଣ୍ଡ ଏସକ୍ରିପ୍ସନ ଥିଲେ ହ୍ୱାଟ୍ସଆପରେ କଥା ହେବା ବେଳେ ମେସେଜ ପଠାଉଥିବା ଲୋକ ଓ ମେସେଜ ପଢୁଥିବା ଲୋକଙ୍କ ବ୍ୟତୀତ ତୃତୀୟ ଲୋକ ମେସେଜ ଦେଖିପାରନ୍ତି ନାହିଁ। ଆଉ ଏହାଫଳରେ ୟୁଜର୍ସଙ୍କ ଗୋପନୀୟତା ସୁରକ୍ଷିତ ରହିଥାଏ। ସବୁଠୁ ଭଲ କଥା ହେଉଛି ଗୁଗୁଲ ଡ୍ରାଇଭ ମଧ୍ୟ ଏହି ଏଣ୍ଟ ଟୁ ଏଣ୍ଟ ଏସକ୍ରିପ୍ସନରେ କାମ କରୁଛି। ଅର୍ଥାତ ଆଗାମୀ ଦିନରେ ଗୁଗୁଲ ଡ୍ରାଇଭରେ ଡାଟା ମଧ୍ୟ ସୁରକ୍ଷିତ ରହିବ। ତେବେ ସେତେବେଳ ଯାଏଁ ଆମକୁ ଏଭଳି ଡାଟା ଲିକ ପ୍ରତି ସଚେତନ ନହେଲେ ହ୍ୱାଟ୍ସଆପ ଡାଟା ଚୋରି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button