Breaking Newsଦେଶ-ବିଦେଶ

ଉପମୁଖ୍ୟମନ୍ତ୍ରୀ ପଦରୁ ବିଦାହେଲେ ପାଇଲଟ୍

ଜୟପୁର: ରାଜସ୍ଥାନର ରାଜନୀତି ଭିନ୍ନ ମୋଡ଼ ନେଇଛି । ଅସନ୍ତୁଷ୍ଟଙ୍କ ନେତୃତ୍ୱ ନେଉଥିବା ସଚିନ ପାଇଲଟ୍‌ଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ ସମେତ ଅଧ୍ୟକ୍ଷ ପଦରୁ ବିଦା କରିଛି । କେବଳ ସଚିନ ନୁହଁନ୍ତି ତାଙ୍କ ଗୋଷ୍ଠୀର ୩ ମନ୍ତ୍ରୀଙ୍କୁ ବିଦା କରାଯାଇଛି । ଆଜି ମଧ୍ୟାହ୍ନରେ ରାଜଧାନୀ ଜୟପୁରଠାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକ ପରେ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୁର୍ଯ୍ୟେବାଲା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପାଇଲଟ୍ ବିଜେପି ଜାଲରେ ଫସି ଯାଇଛନ୍ତି । ଦଳ ତାଙ୍କୁ ସୁଯୋଗ ଦେଇଥିବାବେଳେ ସେ ବିଶ୍ୱାସଘାତକତା କରିଥିବା ବୋଲି ଆରୋପ ଲଗାଇଛନ୍ତି ।

ମତାମତ ଦିଅନ୍ତୁ ।

Back to top button