ସଚ୍ଚିନ ବାଜେଙ୍କ ଦାମୀ କାର ଜବତ କଲା ଏନଆଇଏ

ମୁମ୍ବାଇ : ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଧିକାରୀ ସଚ୍ଚିନ ବାଜେଙ୍କ ନାମରେ ରହିଥିବା ଏକ ସ୍ପୋର୍ଟସ୍‌ ୟୁଟିଲିଟି କାରକୁ ଜାତୀୟ ତଦନ୍ତ ସଂସ୍ଥାନ (ଏନଆଇଏ) ଜବତ କରିଛି।

ଖବର ଅନ୍ୟଯାୟୀ ଏନଆଇଏ ସ୍ପୋର୍ଟସ ୟୁଟିଲିଟି କାରର ମାଲିକ ସଚ୍ଚିନ ବାଜେ ଜାଣିବା ପରେ ତଲାସ କରୁଥିଲା। ହେଲେ ଏହାକୁ ନଭି ମୁମ୍ବାଇର କମୋଠ ଅଞ୍ଚଳର ଏକ ହାଉସିଂ ସୋସାଇଟି ବାହାରୁ ଜବତ କରାଯାଇଛି। ଗାଡିର ନମ୍ବର ପ୍ଲେଟ୍‌ ଯାଞ୍ଚରୁ ଏହା ଆସିଷ୍ଟାଣ୍ଟ ପୋଲିସ ଇନିସପେକ୍ଟର (ଏପିଆଇ) ସଚ୍ଚିନ ବାଜେଙ୍କର ବୋଲି ଜଣାପଡିଛି। ଗାଡିଟିକୁ ବାଜେଙ୍କ କେହି ସହକର୍ମୀ ସେଠାକୁ ଆଣି ଛାଡି ଦେଇ ଯାଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

ମୁମ୍ବାଇର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭରା ଗାଡି ଜବତ ମାମଲାରେ କ୍ରାଇମବ୍ରାଞ୍ଚ ଅଧିକାରୀ ବାଜେଙ୍କୁ ଗିରଫ କରିଛି। ଠାଣେ ବ୍ୟବସାୟୀ ମନସୁଖ ହିରେନ୍‌ ହତ୍ୟା ମାମଲାରେ ସେ ଜଡିତ। ଏବେ ଏହି ମାମଲାର ତଦନ୍ତ କରୁଥିବା ଏନଆଇଏ ୮ଟି ମହଙ୍ଗା ଗାଡ଼ି ଜବତ କରିସାରିଲାଣି। ସମସ୍ତ ଗାଡି ବାଜେ ବ୍ୟବହାର କରୁଥିଲେ। ତେବେ ବାଜେଙ୍କର ଆଉ ଏକ ମହଙ୍ଗା ଗାଡ଼ି ଥିଲା ବୋଲି ମଙ୍ଗଳବାର ସ୍ପଷ୍ଚ ହୋଇଛି।

Leave a Reply

Your email address will not be published. Required fields are marked *

Back to top button