ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ : କ୍ରିକେଟର ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବି। ମୋ ଅରୋଗ୍ୟ କାମନା କରି ପ୍ରାର୍ଥନା କରୁଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।

ଏହି ଅବସରରେ ସଚିନ ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟର ୧୦ମ ବାର୍ଷିକୀ ପାଇଁ ସବୁ ଭାରତୀୟ ସହିତ ଭାରତୀୟ କ୍ରିକେଟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଯୋଗ୍ୟ ନିକଟରେ ଇଣ୍ଡିଆ ଲିଜେଣ୍ଡ୍ସକୁ ରୋଡ ସେଫ୍ଟୀ ୱାର୍ଲ୍ଡ ସିରିଜ୍‌ରେ ଚାମ୍ପିୟନ ହେବା ପରେ ଗତ ୨୭ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ବୋଲି ଟ୍ୱିଟ କରି ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button