ସାଢେ ୪ କିଲୋ ସୁନା ପିନ୍ଧି ନାମାଙ୍କନ ଦାଖଲ କଲେ ସ୍ଵାଧୀନ ପ୍ରାର୍ଥୀ

ଚେନ୍ନାଇ : ତାମିଲନାଡ଼ୁର ଅଲନଗୁଲମ ବିଧାନସଭା ନିର୍ବାଚନ ପାଇଁ ଆଜି ପାର୍ଥୀପତ୍ର ଦାଖଲ କରିଛନ୍ତି ହରି ନାଦର। ସେ କୌଣସି ଦଳରୁ ଟିକେଟ ପାଇନାହାନ୍ତି। ସ୍ଵାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। କିନ୍ତୁ ଚର୍ଚ୍ଚାର ବିଷୟ ହେଲା ନାମାଙ୍କନ ପାତ୍ର ଦାଖଲ କରିବାକୁ ଯିବାବେଳେ ସେ ପ୍ରାୟ ସାଢେ ୪ କିଲୋଗ୍ରାମର ସୁନା ଅଳଙ୍କାର ପିନ୍ଧିଥିଲେ।

ହରି ନାଦର ମନୋନୟନ ପତ୍ରରେ ଦର୍ଶାଇଛନ୍ତି ତାଙ୍କ ପାଖରେ ପ୍ରାୟ ୧୧ ହଜାର ୨ ଶହ ଗ୍ରାମ ସୁନା ଅଳଙ୍କାର ରହିଛି। ୧୧ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨ କୋଟି ୬୧ ଲକ୍ଷ ଟଙ୍କା। ଏହାଛଡା ଗୋଟିଏ ଫର୍ଚୁନର ଓ ଗୋଟିଏ ଇନୋଭାକୁ ମିଶାଇ ମୋଟ ୫ଟି ଗାଡ଼ି ରହିଛି। କେବଳ ସେତିକି ନୁହେଁ ତାଙ୍କ ନାଁରେ ୧୫ଟି ଅପରାଧିକ ମାମଲା ରହିଥିବା ମଧ୍ୟ ଦର୍ଶାଇଛନ୍ତି।

ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ପିଲାବେଳୁ ତାଙ୍କର ସୁନା ପ୍ରତି ଦୁର୍ବଳତା ରହିଆସିଛି। ତେଣୁ ସେ ଏତେ ପରିମାଣର ସୁନା ପିନ୍ଧିଥାନ୍ତି। କିନ୍ତୁ ଏସବୁ ସୁନା ସେ ନିଜର ପରିଶ୍ରମ ଅର୍ଜିତ ଧନରୁ କିଣିଛନ୍ତି। ତାଙ୍କର ଟ୍ରାଭେଲ ଏଜେନ୍ସି, ରିଅଲ ଇଷ୍ଟେଟ ଓ ଫିଲ୍ମରେ ଅର୍ଥ ଲାଗାଣ ବ୍ୟବସାୟ ରହିଛି।

Leave a Reply

Your email address will not be published. Required fields are marked *

Back to top button