ସଡ଼ୁକୁ ହତ୍ୟା କଲା ସଡୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଳ ହାଟରେ ବଚସରୁ ଘଟିଛି ହତ୍ୟାକାଣ୍ଡ। ସଡ଼ୁକୁ ମାରିଛି ସଡ଼ୁ। ଏହି ଘଟଣାରେ କପ୍ତିପଦା ପୋଲିସ ଅଭିଯୁକ୍ତ କାର୍ତ୍ତିକ ନାୟକଙ୍କୁ ଗିରଫ କରିଛି। ମୃତକ ହେଲେ ରବୀନ୍ଦ୍ର ନାଥ ନାୟକ।

ଖବର ଅନୁଯାୟୀ ରବୀନ୍ଦ୍ର ଓ କାର୍ତ୍ତିକ ସମ୍ପର୍କରେ ଦୁଇ ସଡ଼ୁ। ରବୀନ୍ଦ୍ର ଅସୁରଖାଳ ହାଟରେ ବସିଥିବା ବେଳେ କାର୍ତ୍ତିକ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାର୍ତ୍ତିକ ରବୀନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ସ୍ଥାନ ଛାଡ଼ି ଚାଲିଯାଇଥିଲା। ପରେ ଗୁରୁତର ରବୀନ୍ଦ୍ରଙ୍କୁ ଉଦଳା ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବୀନ୍ଦ୍ରଙ୍କ ପରିବାର ଅଭିଯୋଗ ଆଧାରରେ କାର୍ତ୍ତିକ ନାୟକକୁ ଗିରଫ କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।