ସହକାରୀ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ଢେଙ୍କାନାଳ : ଭିଜିଲାନ୍ସ ଜଳରେ ଢେଙ୍କାନାଳ ଜିଲ୍ଲା ଡିଆର୍‌ଡିଏର ସହକାରୀ ଯନ୍ତ୍ରୀ ବିପିନ ବିହାରୀ ଦାସ। ଜଣେ ଠିକାଦାରଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜରିଆରେ ୧୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି।

ଖବର ଅନୁଯାୟୀ ଘର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଠିକାଦାର ଜଗମୋହନ ପଣ୍ଡା ଢେଙ୍କାନାଳ ଜିଲ୍ଲାର ୬ଟା ବ୍ଲକ୍‌ର ଏଲ୍‌ଇଡି ଲାଇଟ୍‌ ଲଗାଇବା କାର୍ଯ୍ୟ ନେଇଛନ୍ତି। ବିଲ୍‌ ପାସ୍‌ କରାଇବା ପାଇଁ ତାଙ୍କୁ ଯନ୍ତ୍ରୀ କୁଆଡ଼େ ୩୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନରେ ୧୬ହଜାର ଟଙ୍କା ଯନ୍ତ୍ରୀଙ୍କୁ ସିଧାସଳଖ ଟଙ୍କା ନ ଦେଇ ପାଖରେ ଥିବା ଗୋବିନ୍ଦପୁର ଅଞ୍ଚଳର ଶକ୍ତିପ୍ରସାଦ ମହାନ୍ତିଙ୍କୁ ପଠାଇଥିଲେ। ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।

ମତାମତ ଦିଅନ୍ତୁ ।