ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ବାରିପଦା ବିଧାୟକ ଗିରଫ

ବାରିପଦା : ବାରିପଦାର ଆଇଟିଡିଏ ସହକାରୀ ନିର୍ବହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ଆକ୍ରମଣ ଘଟଣାରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ଆଇପିସି ଧାରା ୨୯୪, ୩୪୧,୩୨୩,୩୨୪,୫୦୬ ଓ ୩୪ରେ ମାମଲା ରୁଜ୍ଜୁ ହୋଇଛି। ବିଧାୟକଙ୍କ ଦ୍ଵାରା ଆକ୍ରମଣର ଶିକାର ଯନ୍ତ୍ରୀଙ୍କ ଏଫଆଇଆର ଆଧାରରେ ଟାଉନ୍‌ ଥାନା ପୋଲିସ ଆଜି ସକାଳେ ବିଧାୟକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ମିଳିଥିବା ଖବର ଅନୁଯାୟୀ ବିଧାୟକ ଶ୍ରୀ ସୋରେନଙ୍କୁ ଜଣେ ଜାମିନଦାର ଓ ୩୦ ହଜାର ଟଙ୍କା ବେଲବଣ୍ଡରେ ବାରିପଦା ଏସଡିଜେଏମ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ମତାମତ ଦିଅନ୍ତୁ ।