ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସହମତିରେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଯଦି ଦୀର୍ଘ ଦିନ ଧରି ଏକାଠି ରହୁଥିବା ମହିଳା କିମ୍ବା ପୁରୁଷ ଶାରୀରିକ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି ତେବେ ତାହାକୁ ଦୁଷ୍କର୍ମ କୁହାଯିବ ନାହିଁ। ଆଜି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି।

କଲ ସେଣ୍ଟରର ଦୁଇଜଣ କର୍ମଚାରୀ ପାଞ୍ଚବର୍ଷ ହେବ ଲିଭ-ଇନ-ରିଲେସନସିପରେ ରହିଥିଲେ। କିନ୍ତୁ ଯୁବକ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ଛାଡ଼ି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ଲିଭ-ଇନ-ରିଲେସନ୍‌ରେ ରହିଥିବା ଯୁବତୀ ଅଭିଯୋଗ ଆଣିଥିଲେ ମିଛ ପ୍ରତିଶ୍ରୁତି ଦେଇ ସମ୍ପୃକ୍ତ ଯୁବକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏଥିସହ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆଣିଥିଲେ।

Leave A Reply

Your email address will not be published.