ଶାହିନ ବାଗ୍ ଗୁଳିକାଣ୍ଡ ଅଭିଯୁକ୍ତ ବିଜେପିରୁ ବହିଷ୍କୃତ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିରୁ ବହିଷ୍କାର ହେଲେ ଦିଲ୍ଲୀର ଶାହିନ୍ ବାଗରେ ନାଗରିକତା ସଂଶୋଧନ ଅଧିନିୟମ ବିରୋଧରେ ଗୁଳି ଚଳାଇ ଚର୍ଚ୍ଚାକୁ ଆସିଥିବା କପିଲ ଗୁର୍ଜର। କିିଛି ଘଣ୍ଟା ତଳେ ସେ ବିଜେପିରେ ଯୋଗ ଦେଇଥିବା ଖବରକୁ ନେଇ ବିରୋଧୀ ବିଜେପିକୁ ସମାଲୋଚନା କରିଥିଲେ। ଏବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ଗାଜିଆବାଦ ଜିଲ୍ଲା ମୁଖ୍ୟ କହିଛନ୍ତି କପିଲ ଗୁର୍ଜରଙ୍କ ବିଷୟରେ ଆମକୁ ଭଲ ଭାବରେ ଜଣାନଥିଲା। ସେ ଶାହିନ୍ ବାଗରେ ଗୁଳି ଚଳାଇଥିବା ଆମେ ଜାଣିନଥିଲୁ। ଜାଣିବା ପରେ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଶାହିନ୍‌ ବାଗରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କପିଲ ତୀବ୍ର ବିରୋଧ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ। ତେବେ ଗୁଳି ଫୁଟାଇବାବେଳେ କପିଲ ‘ଜୟ ଶ୍ରୀରାମ’, ‘ହମାରେ ଦେଶମେ ଔର କିସି କି ନହିଁ ଚଲେଗି’ ଭଳି ‌ସ୍ଲୋଗାନ ଦେଇଥିଲା।

ମତାମତ ଦିଅନ୍ତୁ ।