ସଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ ବିଜେପି ନେତା : ସଚିନ ପାଇଲଟ

ଜୟପୁର : ଚର୍ଚ୍ଚାରେ ରାଜସ୍ଥାନ ରାଜନୀତି। ଜିତିନ ପ୍ରସାଦ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ କଥା ଉଠିଥିଲା ସଚିନ ପାଇଲଟ ପଦ୍ମ ଧରିବେ। ବିଜେପି ନେତା ରିତା ବହୁଗୁଣା ଯୋଶୀ କହିଥିଲେ ମୁଁ ସଚିନଙ୍କ ସହ କଥା ହୋଇଛି। ସେ କଂଗ୍ରେସରେ ଆଦୌ ଠିକ ନାହାନ୍ତି। ନିଜକୁ ଅସହଜ ଅନୁଭବ କରୁଥିବାରୁ ଖୁବଶୀଘ୍ର ବିଜେପିରେ ମିଶିବେ ବୋଲି କହିଛନ୍ତ।

ଗୁରୁବାର ସଚିନ ପାଇଲଟ କହିଛନ୍ତି ରିତା ବହୁଗୁଣା ଯୋଶୀ ବୋଧହୁଏ ସଚିନ ତେନ୍ଦୁଲକରଙ୍କ ସହ କଥା ହୋଇଥିବେ। ମୋ ସହ କଥା ହେବାକୁ ତାଙ୍କର ସାହାସ ନାହିଁ। ସଚିନ ପାଇଲଟ ଏପରି ବୟାନ ଦେଇ ସେ କଂଗ୍ରେସ ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସଚିନଙ୍କ ବିବାଦ ପୂର୍ବଭଳି ଜାରି ରହିଛି। ୧୦ ମାସ ତଳେ ସଚିନ ଓ ତାଙ୍କ ସମର୍ଥକ ବିଧାୟକମାନେ ରାଜସ୍ଥାନ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଗାନ୍ଧି ପରିବାରର ହସ୍ତକ୍ଷେପ ପରେ ସଚିନ ଦଳ ଛାଡ଼ି ନଥିଲେ। ହେଲେ ବିବାଦର କୌଣସି ସମାଧାନ ହୋଇନଥିବାରୁ ସୋମବାର ସଚିନ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ନିଜର ସମର୍ଥକ ବିଧାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଯେଉଁଥିପାଇଁ ସେ ଦଳ ଛାଡିବେ ବୋଲି କୁହାଯାଉଥିଲା।

Leave a Reply

Your email address will not be published. Required fields are marked *

Back to top button