ସାଇବର ଠକେଇ ରୋକିବାକୁ ଜାତୀୟ ହେଲପଲାଇନ ଆରମ୍ଭ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ ସାଇବର ଠକେଇ ମାମଲାଗୁଡ଼ିକ ବଢିଚାଲିଛି। ଠକଙ୍କ ହାବୁଡ଼ରେ ପଡ଼ି ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି। ଏହାକୁ ରୋକିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ହେଲପଲାଇନ ଓ ଅଭିଯୋଗ ଦାଖଲ ମଞ୍ଚ ଆରମ୍ଭ କରାଯାଇଛି। ଏହି ହେଲପଲାଇନ ନମ୍ବର ହେଉଛି ୧୫୨୬୦।

ଗତ ଏପ୍ରିଲ ପହିଲାରୁ ହେଲପଲାଇନକୁ ଆରମ୍ଭ କରାଯାଇଥିଲେ ମଧ୍ୟ ଏବେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଉପଲବ୍ଧ ହେଉଛି। ଏ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଦିଲ୍ଲୀ ଓ ଛତିଶଗଡ଼ ଓ ଚଣ୍ଡିଗଡ଼। ଏହି ହେଲପଲାଇନକୁ ଭାରତୀୟ ସାଇବର ଅପରାଧ ସମନ୍ଵୟ କେନ୍ଦ୍ର (ଆଇ୪ସି) ପକ୍ଷରୁ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନଙ୍କ ସହଯୋଗରେ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.