ସକାଳ ୮ରୁ ୧୨ ଓ ଅପରାହ୍ନ ୩ରୁ ୬ଟା ଦିଆଯିବ କରୋନା ଟିକା

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବଢୁଥିବାରୁ ରାଜ୍ୟ ସରକାର ଟିକାକରଣ ସମୟକୁ ପରିବର୍ତ୍ତନ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଜାରି କରାଯାଇଥିବା ଚିଠି ଅନୁଯାୟୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୮ରୁ ଦିନ ୧୨ଟା, ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ କରାଯିବ।

ସେହିପରି ସନ୍ଧ୍ୟା ୬ଟା ୩୦ ସୁଦ୍ଧା ସବୁ ଜିଲ୍ଲାର ଟିକାକରଣ ରିପୋର୍ଟ ଦାଖଲ ହେବ। ଏ ନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଟିକାକରଣ କେନ୍ଦ୍ରରେ ଅପେକ୍ଷା ଗୃହ, ଭ୍ୟାକସିନେସନ କକ୍ଷ ସାଙ୍ଗକୁ ପିଇବା ପଣିଆର ବ୍ୟସ୍ଥା କରିବାକୁ କୁହାଯାଇଛି। ମାସ୍କ ବ୍ୟବହାର, ହାତ ଧୋଇବା ବ୍ୟବସ୍ଥା, ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ଚିଠିରେ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button