ସାକ୍ଷୀଗୋପାଳ ମନ୍ଦିରରେ ୨୫ ତାରିଖ ଯାଏ ୧୪୪ ଧାରା

ପିପିଲି : ପବିତ୍ର ଅଁଳା ନବମୀ ପୂର୍ବରୁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି। କରୋନା ସଂକ୍ରମଣ ଆଶଙ୍କାରେ ଭିଡ଼କୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ମଧ୍ୟରାତ୍ରିରୁ ଏହି କଟକଣା କାର୍ଯ୍ୟକାରୀ ହେବ। ସେହିପରି ମନ୍ଦିର ଚାରିପାଖରୁ ୨୦୦ ମିଟର୍ ଓ ଚନ୍ଦନ ପୋଖରୀଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ। ନଭେମ୍ବର ୨୫ ତାରିଖ (ବଡ଼ ଏକାଦଶୀ) ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ମତାମତ ଦିଅନ୍ତୁ ।