ଶକ୍ତିଶାଳୀ ସାରଙ୍ଗ ତୋପର ପରୀକ୍ଷଣ ସଫଳ

ଜବଲପୁର : ଚୀନର ବିସ୍ତାରବାଦୀ ନୀତି ପାଇଁ ଲଦାଖ ସୀମାରେ ଉତ୍ତେଜନା ଜାରି ରହିଛି। ଏହିଭଳି ସମୟରେ ପ୍ରଦେଶ ଜବଲପୁର ଏଲପିଆର ରେଞ୍ଜରେ ଶକ୍ତିଶାଳୀ ୧୫୫ ଏମଏମ ସାରଙ୍ଗ ଗନର ପରୀକ୍ଷଣ ସଫଳ ହୋଇଛି। ଜବଲପୁରରେ କିଛି ମାସ ପୂର୍ବରୁ ଏହି ତୋପର ପରୀକ୍ଷଣ ଚାଲିଥିଲା। ଏବେ ଜବଲପୁର ଜିସିଏଫ ୟାନେ ଗନ କ୍ୟାରିଜ କାରଖାନା ଓ ବିଏଫଜେ ୟାନେ ହ୍ୱିକଲ ଫ୍ୟାକ୍ଟ୍ରିରେ ଏହି ତୋପର ଅପଗ୍ରେଡେସନ ଚାଲିଛି। ଆଗାମୀ ୩ ବର୍ଷରେ ୩୦୦ ସାରଙ୍ଗ ତୋପ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ। ପ୍ରଥମ ପର୍ଯ୍ୟାୟରେ ୭ଟି ସାରଙ୍ଗ ତୋପ ସମ୍ପୂର୍ଣ ସଫଳ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ସେନା ସାରଙ୍ଗକୁ ନିଜ ଅସ୍ତ୍ର ମଧ୍ୟରେ ସାମିଲ କରିବାକୁ ଅପେକ୍ଷା କରିଛି। ଏହାଦ୍ୱାରା ସେନାର ଶକ୍ତି ବଢ଼ିବ। ସେନାକୁ ଉନ୍ନତ ସାରଙ୍ଗ ତୋପ ହସ୍ତାନ୍ତର କରିବା ପୂର୍ବରୁ ଏହାର ଡ଼ିଜିକ୍ୟୁଏ ଗୁଣମାନ ନିୟନ୍ତ୍ରଣ ପରୀକ୍ଷଣ ଓ ଫାଇରିଙ୍ଗ ମଧ୍ୟ କରିଥିଲେ। ପରୀକ୍ଷଣରେ ଏହିସବୁ ମାନକ ସଫଳ ହୋଇଛି।

ଫ୍ୟାକ୍ଟ୍ରିର ପିଆରଓ ସଞ୍ଜୟ ଶ୍ରୀବାସ୍ତବ କହିଛନ୍ତି ଏକ ସମାରୋହରେ ଜବଲପୁର ଏସକ୍ୟୁଏଲ କର୍ଣ୍ଣଲ ଏକେ ଗୁପ୍ତା, ଜିସିଏଫ ମହାପ୍ରବନ୍ଧକ ରାଜେଶ ଚୌଧୁରୀ ବ୍ରିଗେଡିୟର ଏଇ.ଏମ.ସିଂହ ଓ ବ୍ରିଗେଡିୟର ଜେ. କାରଙ୍କ ଉପସ୍ଥିତିରେ ସାରଙ୍ଗ ତୋପର ପରୀକ୍ଷଣ ନୋଟ ହସ୍ତାନ୍ତର କରାଯାଇଛି।
ସେନାର ସବୁଜ ସଂକେତ ମିଳିବା ପରେ ଏହାକୁ ସୀମାରେ ନିୟୋଜିତ କରାଯିବ। ସାରଙ୍ଗର ବିଶେଷତ୍ୱ ହେଲା ୧୫୫ ଏମଏମ ୪୫ କ୍ୟାଲିବର ୪୦ କିଲୋମିଟର ମାରକ କ୍ଷମତା ରହିଛି। ଏହା ଅନ୍ଧାରରେ ଏବଂ ଉଚ୍ଚ ପାହାଡରେ ସଠିକ ଲକ୍ଷ୍ୟଭେଦ କରିବାକୁ ସକ୍ଷମ।

ମତାମତ ଦିଅନ୍ତୁ ।