ସଲମାନ ଓ କରଣ ଜୋହରଙ୍କ ସମେତ ୮ ଜଣଙ୍କୁ କୋର୍ଟ ନୋଟିସ୍

ମୁଜାଫରନଗର : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି। ଡ୍ରଗ୍ସ୍ ଲିଙ୍କର ତଦନ୍ତ କରୁଛି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଏହିଭଳି ସମୟରେ ବଲିଉଡର ୮ ତାରକାଙ୍କୁ ହାଜର ହେବାକୁ ସମନ୍ କରିଛି ବିହାରର ମୁଜାଫରନଗର ଜିଲ୍ଲା କୋର୍ଟ। ଏହି ୮ ଜଣଙ୍କ ମଧ୍ୟରେ ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆୱାଲା, ସଞ୍ଜୟ ଲୀଲା ବନସାଲୀ, ଏକତା କପୁର, ଭୂଷଣ କୁମାର ଓ ଦୀନେଶ ବିଜୟ। ଅକ୍ଟୋବର ସାତରେ ହାଜର ହେବା ପାଇଁ କୋର୍ଟ ସମନ୍ କରିଥିବା ବେଳେ ପ୍ରତ୍ୟକ୍ଷ ଭାବେ ନହୋଇପାରିଲେ ଓକିଲଙ୍କ ଜରିଆରେ ହାଜର ହେବାକୁ କହିଛନ୍ତି।

ସୂଚନାଯୋଗ୍ୟ ଏହି ସିନେ ତାରକାଙ୍କ ବିରୋଧରେ ଆଡଭୋକେଟ୍ ସୁଧୀର ଓଝା ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ନେପୋଟିଜିମ୍ ପାଇଁ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଛି। ଏଥିପାଇଁ ଏହି ଆଠଜଣ ଦାୟୀ।

ଅନ୍ୟପକ୍ଷରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକଙ୍କ ସହିତ ସାମୁଏଲ ମିରାଣ୍ଡା, ଦୀପେଶ ସାୱନ୍ତ ଓ ଅନ୍ୟ କେତେଙ୍କଙ୍କୁ ଗିରଫ କରାଯାଇଛି। ଆଜି ଜଣେ ବଡ଼ ଡ୍ରଗ୍ ପେଡଲର ରାହିଲ ବିଶ୍ରାମଙ୍କୁ ଏନସିବି ଗିରଫ କରିଥିବା ବେଳେ ପ୍ରାୟ ୧ କିଲୋ ଡ୍ରଗ୍ସ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ରୁ ୪ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାଛଡା ତାଙ୍କ ଘରୁ ୪.୫ ଲକ୍ଷ ଟଙ୍କା ମିଳିଛି। କୁହାଯାଉଛି ରାହିଲଙ୍କ ସମ୍ପର୍କ ବଲିଉଡ ସେଲିବ୍ରିଟିଙ୍କ ସହିତ ରହିଛି। ସେ ବଲିଉଡ ପାର୍ଟିକୁ ଆସନ୍ତି।

ମତାମତ ଦିଅନ୍ତୁ ।