ଶାଳୀର ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ବନ୍ଧାହେଲେ ଭିଣୋଇ

0

ଜୟପୁର : ଲଜ୍ଜାଜଣକ ଘଟଣା। ଶାଳୀ ସହିତ ଦୁଷ୍କର୍ମ ଏବଂ ବିବାହ ପୂର୍ବରୁ ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଘଟଣାରେ ବନ୍ଧା ହୋଇଛି ଭିଣୋଇ।

ଖବର ଅନୁଯାୟୀ ପୀଡିତା ରାଜସ୍ଥାନର ଭରତପୁରର। ସେ ଜଣେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ। ଭିଣୋଇଙ୍କ ନାଁରେ ଅଭିଯୋଗ ଆଣିଥିବା ୨୧ ବର୍ଷୀୟା ପୀଡିତା ଏତଲାରେ ଦର୍ଶାଇଇଛନ୍ତି ତାଙ୍କ ଭିଣୋଇ ଅଲଓ୍ୱାରରେ ରୁହନ୍ତି। ଗତ ଫେବ୍ରୁଆରୀ ମାସରେ ପୀଡିତାଙ୍କୁ ପ୍ରଲୋଭନ ଦେଖାଇ ଅଲଓ୍ୱାର ନେଇଯାଇଥିଲେ। ସେଠାରେ ନିଶାଦେଇ ୩ ଦିନ ଯାଏଁ ଅନେକ ଥର ଦୁଷ୍କର୍ମ କରିଥିଲେ। ମୋବାଇଲରେ ଏହାର ରେକର୍ଡିଂ ମଧ୍ୟ କରିଥିଲେ। ପରେ ତାଙ୍କୁ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲେ। ପୀଡିତାଙ୍କ ବିବାହ ସ୍ଥିର ହେବାରୁ ଅଭିଯୁକ୍ତ ଭିଣୋଇ ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିଲେ। ଏପରିକି ତାଙ୍କ ଭାବିସ୍ୱାମୀଙ୍କ ନିକଟକୁ ଦୁଷ୍କର୍ମର ଭିଡିଓ ପଠାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ଉଚ୍ଚୈନ ଥାନାଅଧିକାରୀ ନରେନ୍ଦ୍ର ସିଂ ରାଜାବତ କହିଛନ୍ତି ଜଣେ ଯୁବତୀ ନିଜ ଭିଣୋଇଙ୍କ ବିରୋଧରେ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତକୁ ଗିରଫ କରାଯାଇଛି। ମାମଲାର ଏବେ ତଦନ୍ତ ଚାଲିଛି।

Leave A Reply

Your email address will not be published.