ସମାଜବାଦୀ ପାର୍ଟିରେ ମିଶିବେ ସାକ୍ଷୀ

ନୂଆଦିଲ୍ଲୀ : ବିଜେପି ବିଧାୟକଙ୍କ ଝିଅ ସାକ୍ଷୀ ମିଶ୍ରା ସମାଜବାଦୀ ପାର୍ଟିରେ ଯୋଗଦେବେ। ଏଥିପାଇଁ ସେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବଙ୍କୁ ସମୟ ମାଗିଛନ୍ତି। ଏକ ସାକ୍ଷାତକାରରେ ସାକ୍ଷୀ କହିଛନ୍ତି ସମାଜବାଦୀ ପାର୍ଟିର କାର୍ଯ୍ୟ ଶୈଳୀ ଓ ଯୁବପୀଢିଙ୍କ ଲୋକପ୍ରିୟ ନେତା ଅଖିଳେଶ ଯାଦବଙ୍କ ମୁଖ୍ୟମନ୍ତ୍ରୀ କାଳରେ ଯେଉଁ ବିକାଶର ଖୁସି ଦେଖିବାକୁ ମିଳିଥିଲା ତାହା ଉତ୍ତର ପ୍ରଦେଶକୁ ଏକ ଭିନ୍ନ ପରିଚୟ ଦେଇଛି।

ସାକ୍ଷୀ କହିଛନ୍ତି ସମାଜବାଦୀ ପାର୍ଟି ଜାତିବାଦକୁ ପ୍ରୋତ୍ସାହନ ଦେଉନଥିବା ବେଳେ ବିକାଶକୁ ଅଧିକ ଗୁରୁତ୍ଵ ଦେଉଛି। ଯୁବପୀଢିଙ୍କ ପାଇଁ ଅନେକ ପ୍ରକାର ରୋଜଗାର ଦେଇଥିବାରୁ ଏଥିରେ ପ୍ରଭାବିତ ହୋଇ ସମାଜବାଦୀ ପାର୍ଟିରେ ଦସ୍ତଖତ କରିବାକୁ ଚାହୁଁଛି। ଅଖିଳେଶ ଯାଦବଙ୍କୁ ଭେଟିବା ପାଇଁ କିଛି ସମୟ ମାଗିଛି। ସମୟ ମିଳିଲେ ଲକ୍ଷ୍ନୌ ଆସି ସପା ସଦସ୍ୟତା ଗ୍ରହଣ କରିବି। ଏହା ପୂର୍ବରୁ ସାକ୍ଷୀ କହିଛନ୍ତି ବିବାହ ପରେ ସେ ବେଶ୍‌ ଖୁସିରେ ଅଛନ୍ତି। ସ୍ଵାମୀ ଅଜିତେଶ ଓ ତାଙ୍କ ପରିବାର ତାଙ୍କୁ ସହଯୋଗ କରୁଛନ୍ତି। ଅଗଷ୍ଟ ୯ ତାରିଖରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ସୂଚନାଯୋଗ୍ୟ ସାକ୍ଷୀ ହେଉଛନ୍ତି ବରେଲି ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ।

ମତାମତ ଦିଅନ୍ତୁ ।