ସାମାଜିକ ଦୂରତା ଜରୁରୀ : ମାସକରେ ଜଣେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ହୋଇଛି। ଏଭଳି ସମୟରେ ସାମାଜିକ ଦୂରତା ରକ୍ଷା ନକଲେ ଜଣେ କରୋନା ଆକ୍ରାନ୍ତ ୩୦ଦିନରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ। ସେଥିପାଇଁ କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ମାସ୍କ ଓ ସାମାଜିକ ଦୂରତା ଆବଶ୍ୟକୀୟ ପଦକ୍ଷେପ ବୋଲି କେନ୍ଦ୍ର ସରକାର କହିଛନ୍ତି।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଅନେକ ବିଶ୍ୱବିଦ୍ୟାଳୟ ଗବେଷଣା କରିଛନ୍ତି ଜଣେ କରୋନା ଆକ୍ରାନ୍ତ ଯଦି ସାମାଜିକ ଦୂରତା ନିୟମ ଅନୁସରଣ ନକରେ ତେବେ ୩୦ଦିନ ମଧ୍ୟରେ ସେହି ବ୍ୟକ୍ତି ୪୦୬ଜଣଙ୍କୁ ସଂକ୍ରମିତ କରିବ। ସେହିପରି କରୋନା ଆକ୍ରାନ୍ତ ଜଣକ ବାହାରକୁ ବାହାରିବା ୫୦ପ୍ରତିଶତ ହ୍ରାସ କଲେ ୩୦ ଦିନରେ ୧୫ଜଣଙ୍କୁ ସଂକ୍ରମିତ କରିବ। ଯଦି ୭୫ ପ୍ରତିଶତ ହ୍ରାସ କରନ୍ତି ତାହେଲେ ୩୦ଦିନରେ ୨.୫ ଲୋକଙ୍କୁ ସଂକ୍ରମିତ କରିବ।

ସେଥିପାଇଁ ମାସ୍କ ବ୍ୟବହାର ଉପରେ ସେ ଗୁରୁତ୍ଵ ଦେଇଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ଦ୍ଵାରା କରେନା ଆକ୍ରାନ୍ତ ହେବାର ଆଶଙ୍କା ଅନେକାଂଶରେ କମ ହୋଇପାରିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button