ଝାରସୁଗୁଡା : କରୋନା କଟକଣା ଉଲଂଘନ କରିବା ଯୋଗୁ ଆଜି ଝାରସୁଗୁଡ଼ା ସହରର ୬ଟି ଦୋକାନକୁ ପ୍ରଶାସନ ସିଲ୍ କରିଛି। ଖବର ଅନୁଯାୟୀ ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ସାମାଜିକ ଦୂରତା ନିୟମ ପାଳନ କରାଯାଇନଥିଲା। ଏହି ଅଭିଯୋଗରେ ମିଠା ଦୋକାନକୁ ସିଲ୍ କରାଯାଇଛି। ତେବେ ଏହାକୁ ନେଇ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ଜଣାପଡିଛି।
2020-08-03