ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ସମର୍ପିତ ଓଡିଶା, ସେବା ଫାଉଣ୍ଡେସନର ଓ କମିଶନରେଟ ପୋଲିସ ସହଭାଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ କମିଶନରେଟ ପୋଲିସ ଏସିପି ତଥା ରେଡକ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି ଉଦଘାଟନ କରିଥିଲେ।

ମଙ୍ଗଳବାର ସରକାରଙ୍କ କରୋନା ନିର୍ଦ୍ଦେଶାବଳୀକୁ ଅନୁପାଳନ କରି ରକ୍ତଦାତାମାନେ ରକ୍ତଦାନ କରିଥିଲେ। ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଏହି ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା। ସେବା ଫାଉଣ୍ଡେସନ ଓ ସମର୍ପିତ ଓଡ଼ିଶାର ସଦସ୍ୟ, ସଦସ୍ୟା ମାନେ ଏହି ଶିବିର କୁ ପରିଚାଳନା କରିଥିଲେ। ଏହି କରୋନା ମହାମାରୀ ସମୟରେ ସମର୍ପିତ ଓଡିଶାର ଏହା ୨୧ତମ ଓ କମିଶନରେଟ ପୋଲିସ ସହଭାଗିତାରେ ଅଷ୍ଟମ ରକ୍ତଦାନ ଶିବିର। ଆଗାମୀ ଦିନରେ ଏହିପରି ରକ୍ତ ସଂଗ୍ରହ ଅଭିଯାନ ଚାଲୁ ରହିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।