ସମର୍ପିତ ଓଡିଶା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ଵର : ପବିତ୍ର ବଳଭଦ୍ର ଜନ୍ମ ଓ ଗହ୍ମା ପୂର୍ଣ୍ଣିମା ଅବସରରେ ଉପଲକ୍ଷେ ତୁଳସୀପୁର ଗ୍ରାମ ପଞ୍ଚାୟତ ନାଗରିକ ମଞ୍ଚ ଓ ସମର୍ପିତ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ବାଙ୍କୀ ତୁଳସୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରୁ କଟକ ରେଡ଼କ୍ରସ ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗୃହୀତ ହୋଇଥିଲା।
ସରକାରଙ୍କର କୋଭିଡ କଟକଣାକୁ ମାନି ପ୍ରତ୍ୟେକ ରକ୍ତଦାତା ରକ୍ତଦାନ କରିଥିଲେ। ଶିବିର ପରିଚାଳନା କରିଥିଲେ ସମର୍ପିତର ସମ୍ପାଦକ ସୁଶୀଲକାନ୍ତ ପ୍ରଧାନ।

ମତାମତ ଦିଅନ୍ତୁ ।