ସାମସଙ୍ଗର ନୂଆ ଟିଭି : ମୋବାଇଲ ଭଳି ମୁଭ୍ କରିହେବ

ନୂଆଦିଲ୍ଲୀ : ସାଉଥ କୋରିଆ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ସାମସଙ୍ଗ ଭାରତରେ ନିଜ ପ୍ରଥମ ଭର୍ଟିକଲ 4K OLED ଟିଭି ସେରୋ (SERO) ଲଞ୍ଚ୍ କରିଛି। ଏହି ଟିଭିକୁ ମୋବାଇଲ୍ ଭଳି ମୁଭ୍ କରିପାରିବେ। ଏହାକୁ ୩୬୦ ଡିଗ୍ରୀରେ ବୁଲାଇ ହେବ। ସେଥିପାଇଁ ଏକ ଷ୍ଟାଣ୍ଡ ଦିଆଯାଇଛି।

ସେରୋ ବିଶ୍ୱର ପ୍ରଥମ ମୋବାଇଲ୍ ଅପ୍ଟିମାଇଜ୍ଡ ଟିଭି ଯାହାର ସ୍କ୍ରିନ୍ ୯୦ ଡିଗ୍ରୀ ଭର୍ଟିକଲରୁ ହରାଇଜେଣ୍ଟାଲ ମୋଡି ହେବ। ଟିଭିର ସ୍କ୍ରିନ୍ ରୋଟେସନ୍ ପାଇଁ ଏକ ବଟନ ଦିଆଯାଇଛି। ଅର୍ଥାତ୍ ସେରୋ ସ୍ମାର୍ଟ ଟିଭିରେ ଭର୍ଟିକଲ ଓ ହରାଇଜେଣ୍ଟାଲ ମୋଡରେ ଭିଡିଓ, ଫିଲ୍ମ, ଶୋଜର ଲାଭ ଉଠାଇହେବ। ସାମସଙ୍ଗର ଏହି ଟିଭି ସାରା ଦେଶରେ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରେ ଏକ୍ସଲୁସିଭ୍ ଭାବେ ବିକ୍ରି ହେବ। ଦାମ୍ ୧,୨୪,୯୯୦ ଟଙ୍କା ରଖାଯାଇଛି।

ମତାମତ ଦିଅନ୍ତୁ ।