ସମସ୍ତଙ୍କୁ ମାଗଣାରେ କୋଭିଡ଼ ଟିକା ଦିଆଯାଉ : କଂଗ୍ରେସ

ଭୁବନେଶ୍ୱର : ସାରା ଭାରତ ତଥା ଓଡ଼ିଶାରେ କୋଭିଡ଼ ସ୍ଥିତି ଅତି ଗମ୍ଭୀର ହୋଇପଡ଼ିଛି। ସଂକ୍ରମିତମାନେ ନିଜ ଜୀବନ ବଂଚାଇବାକୁ ସଂଘର୍ଷ କରୁଛନ୍ତି। ଏଭଳି ସମୟରେ ମଇ ୧ତାରିଖ ଠାରୁ ୧୮ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଡ଼ ଟିକା ଦିଆଯିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କିନ୍ତୁ ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଟିକାର ମୂଲ୍ୟ ଧାର୍ଯ୍ୟ କରାଯାଇଅଛି। ଯାହାଫଳରେ ସମସ୍ତ ବ୍ୟକ୍ତି ଟିକା ନେବା ପାଇଁ ସମର୍ଥ ହେବେନାହିଁ।

ଓଡ଼ିଶା ଏକ ଗରିବ ଓପଛୁଆ ରାଜ୍ୟ। ୪୦ଭାଗରୁ ଉର୍ଦ୍ଧ୍ୱ ଦଳିତ ଆଦିବାସୀ ବସବାସ କରୁଛନ୍ତି। ସେମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ସେହିଅପରି ୭୫ଭାଗରୁ ଉର୍ଦ୍ଧ୍ୱ ଗରିବ ଜନସାଧାରଣ ରାଜ୍ୟରେ ଥିବା ବେଳେ କୋଭିଡ଼ ଟିକା କିଣିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ଟିକା ନ ନେଲେ କରୋନା ନିୟନ୍ତ୍ରଣ ଠିକ୍ ଭାବରେ ହୋଇପାରିବ ନାହିଁ। ତେଣୁ ରାଜ୍ୟ ସରକାର ବିନା ମୂଲ୍ୟରେ ଟିକାକରଣର ସୁବ୍ୟସ୍ଥା କରନ୍ତୁ। ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା ଏହି ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button