ସମ୍ବଲପୁର : ଯୁବକକୁ ଗୋଡାଇ ଗୋଡାଇ ହାଣିଲେ

ସମ୍ବଲପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସମ୍ବଲପୁରରେ ହତ୍ୟାକାଣ୍ଡ। ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଦେଲେ। ଟାଉନ ଥାନା ହାଟପଟା ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଜଣାପଡିଛି। ମୃତ ଯୁବକ ଦାନିପାଲିର ବାବୁଲୁ ନାୟକ। ହତ୍ୟାକାରୀଙ୍କ ବାପା ସହିତ ବାବୁଲୁର ଝଗଡା ହୋଇଥିବା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ତେବେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ହତ୍ୟାକାରୀକୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।