ସମ୍ବଲପୁର ସାଂସଦ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ

ଦେବଗଡ଼ : ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେଵ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେଇ ଗତକାଲି ବିଳମ୍ବିତ ରାତିରେ ଦେବଗଡ଼କୁ ଫେରୁଥିଲେ। ଏନ୍ଏଚ୍-୪୯ର ତିଳେଇବଣୀ ବ୍ଲକର କୁରଡ଼ ଗ୍ରାମ ନିକଟରେ ତାଙ୍କ ଗାଡ଼ିକୁ ପଛରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। କିନ୍ତୁ ଗାଡ଼ିରେ ବସିଥିବା ସାଂସଦ ଶ୍ରୀ ଗଙ୍ଗଦେବ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମାତାଲ୍ ଅବସ୍ଥାରେ ଟ୍ରକ୍ ଚଳାଉଥିବା ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକ କାବୁ କରି ପୋଲିସ୍‌କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।