ସମ୍ବଲପୁର ଟାଉନରେ ୧୪୪

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ସହରର ୮ଟି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ଟାଉନ ଥାନା ବନ୍ଦ ରହିଛି। ବାହାରେ ଚାଲିଛି କାର୍ଯ୍ୟ। ଜଣେ ମହିଳା ଏସଆଇ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପୋଲିସ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ବିଶୋଧନ ସରିବା ପରେ ପୂର୍ବପରି କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।