ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪

ସମ୍ବଲପୁର : ସମ୍ବଲପୁରର ୧୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଆଜିଠାରୁ ଲାଗୁ ହୋଇଥିବା ଏହି କଟକଣା ଆସନ୍ତା ଅଗଷ୍ଟ ୨ ତାରିଖ ଯାଏଁ ବଳବତ୍ତର ରହିବ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ବରେଇପାଲିର ବାଲାଜୀ ଗ୍ରୀନ, ବରେଇପାଲିର ନିର୍ଗୁଣ୍ଡିପଡା, ଅଇଁଠାପାଲିର କାଇଁଶିର ରୋଡ୍, ଅଇଁଠାପାଲିର ଆଦର୍ଶନଗର, ଅଇଁଠାପାଲି ବଡପଡା, ମୋଦିପଡାର ଫାୟାରଷ୍ଟେସନ, ମୋଦିପଡାର ଏଲଆଇସି କଲୋନୀ, ମୋଦିପଡାର ବୋହିଦାର ବନ୍ଧ, ସାକ୍ଷୀପଡାର କିଣ୍ଡର ଗାର୍ଡେନ ସ୍କୁଲ ପାଖ, ସାକ୍ଷୀପଡାର ଗୁଆଲାପଡା, ସୁନାପାଲିର ଗୌନ୍ତିଆପଡା, ବଡବଜାରର ମାଲିପଡା, ବଡବଜାରର ଗିଙ୍ଗରାପଡା ଓ ଜମାଦାରପାଲିର ଟିପୁପଡା ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି।

ମତାମତ ଦିଅନ୍ତୁ ।