ସମ୍ପତ୍ତି ପାଇଁ ନାବାଳକଙ୍କୁ ଛୁରୀ ଭୁଷି ହତ୍ୟା

ନୟାଗଡ : ରଣପୁର ଥାନା ମହତପଲ୍ଲା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସୁମନ ବେହେରା ନାମକ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଏହି କାଣ୍ଡ ଘଟାଇଛି ମୃତ ଛାତ୍ରର ସମ୍ପର୍କୀୟ ଭାଇ। ସମ୍ପତ୍ତି ପାଇଁ ସେ ଏପରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି। ସୂଚନାଯୋଗ୍ୟ ମୃତ ଛାତ୍ରଙ୍କ ପିତା ପ୍ରାୟ ୮ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ମା’ ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରୁଛନ୍ତି।

ମତାମତ ଦିଅନ୍ତୁ ।