ସାମୁଦ୍ରିକ ମାଛରେ ମାଇକ୍ରୋ ପ୍ଲାଷ୍ଟିକ ମଣିଷ ପାଇଁ ବିପଦ

ଭୁବନେଶ୍ଵର : ସମୁଦ୍ର ମାଛଙ୍କ ଦେହରେ ମାଇକ୍ରୋ ପ୍ଲାଷ୍ଟିକ ବୃଦ୍ଧି ପାଉଛି। ଏହା କେବଳ ମାଛଙ୍କ ପାଇଁ କ୍ଷତିକାରକ ନୁହେଁ, ମାଛ ଖାଉଥିବା ଲୋକଙ୍କ ପାଇଁ ମଧ୍ୟ ବିପଦଜ୍ଜନକ। ସାମୁଦ୍ରିକ ଜୀବମଣ୍ଡଳ ଉପରେ ଗବେଷଣା କରୁଥିବା ଓଡ଼ିଆ ବୈଜ୍ଞାନିକ ପ୍ରଭାକର ମିଶ୍ରଙ୍କ ସର୍ଭେ ରିପୋର୍ଟରେ ଦର୍ଶଯାଇଛି।

ନ୍ୟାସନାଲ ରିସର୍ଚ୍ଚ ଫର କୋଷ୍ଟାଲ ରିସର୍ଚ୍ଚ ବା ଏନସିସିଆର କରିଥିବା ଏକ ସର୍ଭେରୁ ଜଣାପଡିଛି ଚେନ୍ନାଇ ମାର୍କେଟରେ ବିକ୍ରି ହେଉଥିବା ସମୁଦ୍ରିକ ମାଛଗୁଡ଼ିକ ମଧ୍ୟରୁ ଅଧିକାଂଶଙ୍କଠାରେ ପ୍ଲାଷ୍ଟିକ କଣିକା ଦେଖାଦେଇଛି। କିଛି ମାଛଙ୍କ ଦେହରେ ୮୦ ପ୍ରତିଶତରୁ ଅଧିକ ପ୍ଲାଷ୍ଟିକ କଣିକା ରହିଥିବା ଠାବ କରାଯାଇଛି। ଏନସିସିଆରର ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ପ୍ରଭାକର ମିଶ୍ର କରିଥିବା ଏକ ସର୍ଭେରେ ଅନୁସାରେ ପଶ୍ଚିମବଙ୍ଗର ପୁଲିକାଟ ହ୍ରଦ ଠାରୁ ଓଡ଼ିଶା ଉପକୂଳ ଯାଏଁ ସମୁଦ୍ରରେ ଉପଲବ୍ଧ ମାଛଙ୍କଠାରେ ଏହି ମାଇକ୍ରୋ ପ୍ଲାଷ୍ଟିକ ଦେଖାଦେଉଛି। ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ସାରା ବିଶ୍ଵ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ସାମୁଦ୍ରିକ ଜୀବମାନେ ଏହି ପ୍ଲାଷ୍ଟିକ ଖାଇବା ଦ୍ଵାରା ସେମାନଙ୍କ ଜୀବନଚକ୍ରରେ ପରିବର୍ତ୍ତ ଦେଖାଦେଉଛି। ଆଉ ମାଛଙ୍କ ମାଧ୍ୟମରେ ପ୍ଲାଷ୍ଟିକ ପ୍ରଦୂଷଣ ମଣିଷ ପାଖକୁ ଫେରୁଛି।

ବିଶେଷକରି ମାଛମାନେ ନାଲି ରଙ୍ଗ ପ୍ରତି ଆକର୍ଷିତ ହେଉଥିବାରୁ ସେମାନେ ନାଲି ରଙ୍ଗର ପ୍ଲାଷ୍ଟିକକୁ ଖାଇ ଦେଇଥାନ୍ତି। ସେମାନଙ୍କ ଗାଲି କିମ୍ବା ଅନ୍ତିକୁ ପ୍ଲାଷ୍ଟିକ ଚାଲିଯାଇଥାଏ। ଏହି ପ୍ଲାଷ୍ଟିକ ମାଛଙ୍କ ଦେହରେ ମିଳାଇଗଲେ ମଧ୍ୟ ଏହା ତାର ରକ୍ତ ଓ ଶରୀରରେ ଛୋଟଛୋଟ କଣିକା ହୋଇ ରହିଥାଏ। କିନ୍ତୁ ଖାଇବା ପୂର୍ବରୁ କିଛି ବଡ଼ ମାଛଙ୍କ ଅନ୍ତି ଆମେ କାଢ଼ି ଦେଉଥିବାରୁ ସେଥିରେ କିଛି ପରିମାଣରେ ପ୍ଲାଷ୍ଟିକ ବାହାରି ଯାଇଥାଏ। ତଥାପି ମାଛ ଦେହକୁ ଯାଉଥିବା ପ୍ଲାଷ୍ଟିକ ତାକୁ ରୋଗୀଣା କରିବା ସହିତ ମଣିଷକୁ ମଧ୍ୟ ପ୍ରଭାବିତ କରିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button