Breaking Newsଅପରାଧ

ସାଙ୍ଗର ଭାଉଜ ପ୍ରେମରେ ପଡି ଜୀବନ ଗଲା

ବାରଣାସୀ : ସାଙ୍ଗର ଭାଉଜ ପ୍ରେମରେ ପଡି ଗୁଳିରେ ଗଲା ଜୀବନ। ଘଟଣାଟି ଉତ୍ତରପ୍ରଦେଶ ବାରାଣାସୀର ଭେଲୁପୁର ଅଂଚଳରେ ଘଟିଛି।

ଖବର ଅନୁଯାୟୀ ରାଜେଶ ବିଶ୍ୱକର୍ମା ଓ ରାଜେଶ ପଟେଲ ଦୁଇ ବନ୍ଧୁ। ଉଭୟ ପରସ୍ପରର ଘରକୁ ଯିବାଆସିବା କରନ୍ତି। କିନ୍ତୁ ରାଜେଶ ପଟେଲଙ୍କ ଭାଉଜକୁ ଦେଖି ରାଜେଶ ବିଶ୍ୱକର୍ମା ପ୍ରେମରେ ପଡିଯାଇଥିଲେ। ସାଙ୍ଗକୁ ଏ କଥା କହିବା ସହିତ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏଥିରେ ରାଜି ହୋଇ ନଥିଲେ ରାଜେଶ ପଟେଲ। ନିବୃତ ରହିବାକୁ ସାଙ୍ଗକୁ ବୁଝାଇଥିଲେ। କିନ୍ତୁ ରାଜେଶ ବିଶ୍ୱକର୍ମା ନ ମାନିବାରୁ ଶେଷରେ କରିଥିଲେ ହତ୍ୟା ଯୋଜନା।

ଜାନୁଆରୀ ୯ ତାରିଖ ରାତିରେ ବିଦ୍ୟୁତ କର୍ମଚାରୀ ରାଜେଶ ବିଶ୍ୱକର୍ମା ଡ୍ୟୁଟି କରିବାକୁ ପାୱାର ସବ ଷ୍ଟେସନକୁ ଯାଉଥିବା ବେଳେ ତାଙ୍କୁ କିଛି ଲୋକ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ମୃତ ରାଜେଶ ବିଶ୍ୱକର୍ମାଙ୍କ ଦୁଇ ବନ୍ଧୁଙ୍କୁ ଗିରଫ କରିଥିଲା। ଏ ମଧ୍ୟରେ ଥିଲେ ରାମ ବାବୁ ଓ ରାଜେଶ ପଟେଲ। ଦୁହିଁଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।

ମତାମତ ଦିଅନ୍ତୁ ।

Back to top button