ସଂଘବଦ୍ଧ ଆକ୍ରମଣରେ ୨ ଭାଇ ମୃତ, ୩ ଗୁରୁତର

ସମ୍ବଲପୁର : ବୁର୍ଲା ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ସଂଘବଦ୍ଧ ଆକ୍ରମଣରେ ଦୁଇ ଭାଇ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ବୁର୍ଲା ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ କେତେକ ଲୋକ ଗୋଟିଏ ପରିବାର ଉପରେ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପରିବାରର ଦୁଇ ଭାଇଙ୍କର ଜୀବନ ଯାଇଛି। ଗୁରୁତର ଆହତ ୩ ଜଣଙ୍କୁ ଚିକିତ୍ସି ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁର୍ଲା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।