ସଂଘର୍ଷରେ ଆହତଙ୍କ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତଲୋକଙ୍କ ରାସ୍ତା ଅବରୋଧ

ଚଣ୍ଡିଖୋଲ : ପୂର୍ବ ଶତ୍ରୁତାକୁ ନେଇ ମଦିନାବାଗ ଗ୍ରାମର ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ୮ ଜଣ ଆହତ ହୋଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତମାନକୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକ ବରୁହା-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ଅବରୋଧ କରିବାରୁ ଗାଡି ଚଳାଚଳ ବନ୍ଦ ରହିଛି। ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ମଦିନାବାଗ ଗ୍ରାମରେ ଗତ ବୁଧବାର ଦିନ ସଂଘର୍ଷ ଘଟିଥିଲା।

Leave a Reply

Your email address will not be published. Required fields are marked *

Back to top button