ଶନିବାର ଆନ୍ଧ୍ରରେ ୭ ଘଣ୍ଟିଆ ରାତ୍ରିକାଳୀନ କର୍ଫ୍ୟୁ

ବିଶାଖାପାଟଣା : କରୋନା ସଂକ୍ରମଣକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିଛନ୍ତି। ଆସନ୍ତାକାଲି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁହେବ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି କର୍ଫ୍ୟୁ ବଳବତ୍ତର ରହିବ।

ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ) ଅନିଲ କୁମାର ସିଂହଲ କହିଛନ୍ତି ରାଜ୍ୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ଅଛି। ଡାକ୍ତରଖାନାରେ ଶଯ୍ୟା କିମ୍ବା ଅମ୍ଳଜାନର ଅଭାବ ନାହିଁ। ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୦୪ କଲ୍ ସେଣ୍ଟରକୁ ମଜବୁତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ୪୪୪୧ ଜଣ ସୁସ୍ଥ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ ସମୁଦାୟ ୧୦ ଲକ୍ଷ ୯ ହଜାର ୨୨୮ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୯ ଲକ୍ଷ ୨୭ ହଜାର ୪୧୮ ଜଣ ସୁସ୍ଥ ହୋଇଛନ୍ତି। ୭୫୭୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୪ ହଜାର ୨୩୧ଟି ସକ୍ରିୟ ମାମଲା ରହିଛି।

Leave a Reply

Your email address will not be published. Required fields are marked *

Back to top button